ଆମ୍ବୁଲେନ୍ସ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଗାଡ଼ିରେ ଥିବା ରୋଗୀ ଓ ତାର ସମ୍ପର୍କୀୟ ମୃତ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରୀ ରଖିଛି ବର୍ତ୍ତମାନ ସୁଦ୍ଧା ଦୁଇ ମୃତକର ପରିଚୟ ମିଳିପାରିନାହିଁ। ଏହାସହ ପୋଲିସ ତାର ତଦନ୍ତ ଜାରି ରଖିଛି।
ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ୱୁଲାନ୍ସ, ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର ପାଟଣାଗଡ଼ ଝୁଲେନବର ଗାଁରେ ଆମ୍ବୁଲାନ୍ସ ଦୁର୍ଘଟଣା। ଗଛକୁ ଧକ୍କା ଦେଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ପଦ୍ମପୁରରୁ ପାଟଣାଗଡ଼ ଆସୁଥିବା ବେଳେ ଝୁଲେନବର ଗାଁ ନିକଟରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଗଚ୍ଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।
Download Argus News App
