ପୋଲ ତଳୁ ୩ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେ ବି କିଛି ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକ, ପୋଲିସ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚି ଏହାର ତଦନ୍ତ କରାଯିବା ବୋଲି କହିଛନ୍ତି। ତଦନ୍ତ ନେଇ ସରକାର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ସିଏମସି କମିଶନର ଅନନ୍ୟା ଦାସ ବି ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନ୍ୟପଟେ ଘଟଣାକୁ ନେଇ ଆତଙ୍କିତ ନହେବାକୁ ସେ କହିଛନ୍ତି।