କୋଣାର୍କ : କୋଣାର୍କ ମନ୍ଦିର ସଂରକ୍ଷଣ ପାଇଁ ମନ୍ଦିର ଉପରେ ବୁଲିଲା ଦୁଇଟି ଡ୍ରୋନ କ୍ୟାମେରା। ଏହି ଡ୍ରୋନ କ୍ୟାମେରା କୋଣାର୍କ ମନ୍ଦିରର ଲେଜର ସ୍କାନିଙ୍ଗ କରିଛି। ଐତିହ୍ୟ କୋଣାର୍କ ମନ୍ଦିରର ସୁରକ୍ଷା ପାଇଁ ଏଏସଆଇ ପକ୍ଷରୁ ଏହି ଡ୍ରୋନ ଉଡାଯାଇଥିବା ସୂଚନା ମିଳିଛି।
ସେନ୍ସ ଟେକ୍ନୋଲୋଜିର ପାଞ୍ଚ ଜଣିଆ ଟିମ ସୂର୍ଯ୍ୟ ମନ୍ଦିର ପରିସରରେ ଦୁଇଟି ଡ୍ରୋନ କ୍ୟାମେରା ଉଡାଇ ମନ୍ଦିରର ପ୍ରତ୍ୟକ ପାର୍ଶ୍ୱକୁ ଲେଜର ସ୍କାନିଙ୍ଗ କରିଛନ୍ତି । କୋଣାର୍କ ମନ୍ଦିରର କିଛିକିଛି ସ୍ଥାନରେ ପଥର ଦୁର୍ବଳ ଥିବାରୁ ୩ଡି ଲେଜର ସ୍କାନର ମାଧ୍ୟମରେ ଚିହ୍ନଟ କରିବା ପାଇଁ ଏଏସଆଇ ପକ୍ଷରୁ ଏଭିଳି ପଦକ୍ଷେପ ନିଆଯାଇଛି। ତେବେ ମନ୍ଦିର ଭିତରେ ଭର୍ତ୍ତି କରାଯାଇଥିବା ବାଲି ଦିନକୁ ଦିନ ଦବୁଥିବାରୁ ମନ୍ଦିର ପାଇଁ ଆଗାମୀ ଦିନରେ ସମସ୍ୟା ସୃଷ୍ଟି କରିପାରେ ବୋଲି ପୂର୍ବରୁ ବିଶେଷଜ୍ଞ ମାନେ କହିଥିବା ବେଳେ ଲେଜର ସ୍କାନିଙ୍ଗ ଦ୍ୱରା ଏହାର ପ୍ରକୃତ ସ୍ଥିତି ଜଣା ପଡିବ କୁହାଯାଉଛି।
