ନୟାଗଡ଼: ପୁଣି ମାଟ୍ରିକ ପରୀକ୍ଷାରେ ବିଭ୍ରାଟ । ପରୀକ୍ଷା ଅସଲି ହେଲେ ପରୀକ୍ଷାର୍ଥୀ ନକଲି । ନକଲି ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇ ହଟହଟା ହୋଇଛନ୍ତି । ଦୁଇ ଦୁଇଜଣ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ନୟାଗଡ଼ ରଣପୁର ବ୍ଲକ କୁଳାସର ଜନତା ଉଚ୍ଚ ବିଦ୍ୟାଳୟରୁ ସାମ୍ନାକୁ ଆସିଛି ଏଭଳି ବିଭ୍ରାଟକର ଘଟଣା । ଆଜି ମାଟ୍ରିକ ପରୀକ୍ଷାର ଗଣିତ ପରୀକ୍ଷା ଚାଲିଥିବା ବେଳେ 2 ଛାତ୍ରୀଙ୍କ ପାଇଁ ପରୀକ୍ଷା ଦେଉଥିବା ନକଲି ପରୀକ୍ଷାର୍ଥୀଙ୍କୁ ଧରିଥିଲେ ପରୀକ୍ଷା ସୁପରିଟେଣ୍ଡେଣ୍ଟ । ଏବଂ ପରେ ରଣପୁର ପୋଲିସ କୁ ଖବର ଦେଇଥିଲେ । ତେବେ ପୋଲିସ ଉଭୟ ନକଲି ପରୀକ୍ଷାର୍ଥୀ ଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରରୁ ଗିରଫ କରିଛି ।
ରଣପୁର ବ୍ଲକ ତାଳକଣି ପଞ୍ଚାନନ ଉଚ୍ଚ ବିଦ୍ୟାଳୟର 2 ଛାତ୍ରୀ ପରୀକ୍ଷାର୍ଥୀଙ୍କ ବଦଳ ରେ ସେହି ଗାଁ ର +2 ପଢ଼ୁଥିବା ଛାତ୍ରୀ ପରୀକ୍ଷା ଦେଉଥିବା ସୂଚନା ମିଳିଛି । ପରୀକ୍ଷା କେନ୍ଦ୍ରରେ ରଣପୁର ଥାନା ଅଧିକାରୀ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପହଁଚି ଘଟଣା ଉପରେ ଅନୁସନ୍ଧାନ ଚଳାଇଛନ୍ତି । ତେବେ ଆଡ଼ମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ଲାଗିଥିବା ବେଳେ କିପରି ଏହି ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ ତାହା ସନ୍ଦେହ ଘେରରେ ରହିଛି । ତେବେ ପରୀକ୍ଷା ହଲକୁ ପ୍ରବେଶ ବେଳେ ଠିକରେ ଯାଞ୍ଚ ହେଉ ନ ଥିବାରୁ ଏଭଳି ଘଟଣା ଘଟିଥିବା ସ୍ପଷ୍ଟ ହେଉଛି ।
ତେବେ ଉକ୍ତ ପରୀକ୍ଷା କେନ୍ଦ୍ରରେ 14 ଜଣ ପରୀକ୍ଷାର୍ଥ ଙ୍କୁ ଫେଲ ମଧ୍ୟ କରା ଯାଇଛି । ସେମାନେ ସମସ୍ତେ ତାଳ କଣି ପଞ୍ଚାନନ ହାଇସ୍କୁଲର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି। ଡକ୍ୟୁମେଣ୍ଟରେ ଅନିୟମିତତା କାରଣ ଦର୍ଶାଇ ସେମାନଙ୍କୁ ଫେଲ କରାଯାଇଥିବା ସୂଚନା ମିଳିଛି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।