୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରୀରେ ରଖାଯାଇଛି I ଏହା ମୁଖ୍ୟତଃ ପାଣି କଇଁଛ I ପୋଖରୀ, କୂଅ, କେନାଲର ମଧୁର ଜଳରେ ଏମାନଙ୍କୁ ଦେଖିବାକୁ ମିଳେ I ଏମାନେ ମୁଖ୍ୟତଃ ଜିଆ, ପୋକ, ମାଛ, ଗେଣ୍ଡା ଖାଇଥାନ୍ତି I ଏହି ପ୍ରଜାତିର କଇଁଛ ବର୍ଷକୁ ଥରେ ମାତ୍ର ବାଲି ଖୋଳି ୨୦ରୁ ଅଧିକ ଅଣ୍ଡା ଦେଇଥାନ୍ତି I ନବଜାତ କଇଁଛର ଯତ୍ନ ନିଆଯାଉଛି ବୋଲି ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ନନ୍ଦନକାନନରେ ଜନ୍ମ ନେଲା ୨ମୁଣ୍ଡିଆ କଇଁଛ

ଅଗସ ବ୍ୟୁରୋ: ନନ୍ଦନକାନନରେ ଜନ୍ମ ନେଇଛି ଏକ ବିରଳ ପ୍ରଜାତିର କଇଁଛ I ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛ ଟିର ୨ଟି ମୁଣ୍ଡ ରହିଛି I ଯାହାକି ଅତ୍ୟନ୍ତ ବିରଳ I ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ I ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ I ଗୋଟିଏ ସାମାନ୍ୟ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା I
Download Argus News App
