ସୂଚନାମୁତାବକ, ଦୁର୍ଯ୍ୟୋଧନ ଓ ପ୍ରଭାତ ଚାରାରୋପଣ ସମୟରେ ସେହି ବାଲିସାହି ଗ୍ରାମର ଦେବ ବେହୁରୀ, ରାଜା ବେହୁରୀ ଓ ଗଗନ ବେହୁରୀ ସଙ୍ଘବଧ ଭାବେ ଟାଙ୍ଗିଆ ଓ ଧାରୁଆ ମାରଣାସ୍ତ୍ର ସହ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ଦୁର୍ଯ୍ୟୋଧନ ଓ ପ୍ରଭାତ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାରକରି ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ଅଧିକ ଚିକିତ୍ସାପାଇଁ କଟକ ସ୍ଥାନାନ୍ତର କରାଯାଇଛି।
ଦୁର୍ଯ୍ୟୋଧନ ଓ ପ୍ରଭାତଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତଆରମ୍ଭକରିଥିବା ବେଳେ କାହାରିକୁ ଅଟକରଖି ନଥିବା ସୂଚନାମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: