ଖବରପାଇ ପୋଲିସ ପହଂଚି ଦୁଇଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇଛନ୍ତି l ଉଦ୍ଧାର ହୋଇଥିବା ଦୁଇଜଣ ହେଲେ ସେହି ଗ୍ରାମର କିଶୋର ଦାସ ଓ ମହିଳା ମଞ୍ଜୁଳା ଦାସ। ଘଟଣାକୁ ନେଇ ଗ୍ରାମରେ ଉତେଜନା ଜାରି ରହିଛି।
ଅର୍ଗସ ବ୍ୟୁରୋ: ଗଞ୍ଜାମ ଗଡ଼ହୁମାରେ ଉତ୍ତେଜନା। ଗୁଣିଗାରେଡି ସନ୍ଧେହରେ ଦୁଇଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିଦେଲେ ଗ୍ରାମବାସୀ। ଗତକାଲି ରାତ୍ରୀରେ ଦେବୀମନ୍ଦିରରେ ତାନ୍ତ୍ରିକ ପୂଜା ପାଠ କରୁଥିବା ବେଳେ ଦୁଇଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ।
ଖବରପାଇ ପୋଲିସ ପହଂଚି ଦୁଇଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇଛନ୍ତି l ଉଦ୍ଧାର ହୋଇଥିବା ଦୁଇଜଣ ହେଲେ ସେହି ଗ୍ରାମର କିଶୋର ଦାସ ଓ ମହିଳା ମଞ୍ଜୁଳା ଦାସ। ଘଟଣାକୁ ନେଇ ଗ୍ରାମରେ ଉତେଜନା ଜାରି ରହିଛି।
ଅର୍ଗସ ବ୍ୟୁରୋ: ଆଜି ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନ। ବାଚସ୍ପତି ଦାୟିତ୍ବ ନେବା ପରେ ସର୍ବଦଳୀୟ ବୈଠକ ଡାକିବେ ବାଚସ୍ପତି ପ୍ରମିଳା ମଲ୍ଲିକ । ଅଧିବେଶନର ପ୍ରଥମ ଦିନ ୧୧ଟାରୁ ଆରମ୍ଭ ହେବ ଗୃହ କାର୍ଯ୍ୟ । ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ ପରେ ପ୍ରଥମାର୍ଦ୍ଧ ମୁଲତବୀ ରହିବ । ଅପରାହ୍ନ ୫ଟାରେ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅତିରିକ୍ତ ବଜେଟ୍ ର ଆକାର ପ୍ରାୟ ୨୨ହଜାର କୋଟି ବୋଲି ଜଣାପଡ଼ିଛି । ଏହା ବ୍ୟତିତ ଆପାର୍ଟମେଣ୍ଟ ଅଧ୍ୟାଦେଶ, ଡ୍ରିମ୍ ସ ୟୁନଭରସିଟି ବିଲ୍, ପାଣି ପଞ୍ଚାୟତ ବିଲ୍, ଓବିସି କମିଶନ ଅଧ୍ୟାଦେଶ ଗୃହରେ ଆଗତ ହେବ ।
ବିଧାନସଭା ପାଇଁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି କମିସନରେଟ ପୋଲିସ । ୩୦ ପ୍ଲାଟୁନ ପୋଲିସ ଫୋସ ଓ ୧୨୫ ଅଫିସର ସୁରକ୍ଷା ପାଇଁ ମୁତୟନ କରାଯିବେ । ସେପଟେ ବିଧାନସଭା ରଣନୀତି ପ୍ରସ୍ତୁତ ପାଇଁ ଆଜି ବସିବ ତିନି ଦଳର ବିଧାୟକ ଦଳ ବୈଠକ । ଶାସକ ଦଳକୁ ଘେରିବାକୁ ଉଭୟ ବିଜେପି ଓ କଂଗ୍ରେସ ପ୍ରସଙ୍ଗର ଲମ୍ବା ତାଲିକା ପ୍ରସ୍ତୁତ କରୁଥିବା ବେଳେ ଶାସକ ଦଳ ବି କାଉଣ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଯୋଜନା କରିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ଓଡ଼ିଶା ବିଧାନସଭା ବାଚସ୍ପତି ନିବାଚନ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଏଥିପାଇଁ ସେ ରାଜସ୍ୱ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଅନ୍ୟ କୌଣସି ଦଳରୁ କେହି ପ୍ରାର୍ଥୀ ଦେଉନଥିବାରୁ ସେ ର୍ନିଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ତେବେ ଆଜି ଓଡ଼ିଶା ପାଇବାକୁ ଯାଉଛି ପ୍ରଥମ ମହିଳା ବାଚସ୍ପତି । ଆଜିଠୁ ବସିବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଅଧ୍ୟକ୍ଷତା କରିବେ ପ୍ରମିଳା ମଲ୍ଲିକ । ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ୬ ଥର ବିଧାନସଭାକୁ ନିର୍ବାଚିତ ହେଲେଣି । ସେ ବିଭିନ୍ନ ସମୟରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି।
ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା ମଲ୍ଲିକ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଗତକାଲି ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ପ୍ରମିଳା।
ପୂର୍ବରୁ ବାଚସ୍ପତି ପଦରେ ଥିବା ବିକ୍ରମ କେଶରୀ ଆରୁଖଙ୍କୁ ପୁଣିଥରେ ନବୀନ ନିଜ ମନ୍ତ୍ରୀମଣ୍ଡଳକୁ ଆଣିବା ପରେ ବାଚସ୍ପତି ପଦ ଫାଙ୍କା ପଡିଥିଲା । କିଏ ପରବର୍ତ୍ତୀ ବାଚସ୍ପତି ହେବେ ତାହାକୁ ନେଇ ଅନେକ ନାଁକୁ ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଶେଷରେ ପ୍ରମିଳାଙ୍କ ନାଁରେ ମୋହର ମାରିଥିଲେ ବିଜେଡି ସୁପ୍ରିମୋ । ପ୍ରମିଳା ବାଚସ୍ପତି ଭାବେ ଶପଥ ନେବା ପରେ ଓଡ଼ିଶା ପାଇବ ପ୍ରଥମ ମହିଳା ବାଚସ୍ପତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଲୋକସଭା ପରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ । ବିଲ ସପକ୍ଷରେ ପଡ଼ିଲା 215 ଭୋଟ । ବିପକ୍ଷରେ ପଡ଼ିଲାନି ଗୋଟିଏ ବି ଭୋଟ୍ । ବୁଧବାର ଲୋକସଭାରେ ବହୁମତରେ ଏହି ବିଲ ପାସ ହୋଇଥିଲା । ଗତକାଲି ଦିନ ତମାମ ଏହି ବିଲ୍ ଉପରେ ଚର୍ଚ୍ଚା ସରିବା ପରେ ଭୋଟିଂ ହୋଇଥିଲା । ଏହାପରେ ରାଜ୍ୟସଭାରେ `ନାରୀଶକ୍ତି ବନ୍ଦନ ଅଧିନିୟମ' ପାସ୍ ହୋଇଛି । ଏହି ବିଲ୍ ଦେଶର ଲୋକଙ୍କ ଉପରେ ଏକ ନୂତନ ଆତ୍ମବିଶ୍ବାସ ସୃଷ୍ଟି କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ବିଲ୍ କୁ ସମର୍ଥନ ପାଇଁ ସମସ୍ତଙ୍କୁ ଜଣାଇଲେ ଧନ୍ୟବାଦ ।
ଅଧିକ ପଢ଼ନ୍ତୁ ଦେଶ ଖବର: