କ୍ଷତିପୂରଣ ଦାବିରେ ଟାୟାର ଜାଳି ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କୁଚିଣ୍ଡାରେ ଅଜଣା ଗାଡି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। କୁଚିଣ୍ଡା ଥାନା ପରୁଆଭାଡି ପଞ୍ଚାୟତ ଅଫିସ ସମ୍ମୁଖରେ ଆଜି ବଡ଼ ଅଘଟଣ ଘଟିଛି। ଘଟଣା ସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ମର୍ଣ୍ଣିଂ ଓ୍ବାକ ବେଳେ ଗାଡ଼ି ମାଡ଼ିଯାଇଥିବା କୁହାଯାଇଛି।
କ୍ଷତିପୂରଣ ଦାବିରେ ଟାୟାର ଜାଳି ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ମୋର ବାପାକୁ ଆଣିଦିଅ। ଆମର ଘର ଦ୍ବାର କିଛି ନାହିଁ। କାନ୍ଦି କାନ୍ଦି ନେହୁରା ହେଉଛି ଏକ କୁନି ଝିଅ। ନାହିଁ କୁନି ଝିଅ କହିଲେ ଭୁଲ ହେବ କାରଣ ତା ତଳ ଅଛନ୍ତି ଆହୁରି 5 ଭାଇ ଭଉଣୀ। ସମସ୍ତେ ଏବେ ବାପ ଛେଉଣ୍ଡ। 7 ମାସ ପରେ ବାପା ଘରକୁ ଫେରୁଛନ୍ତି ବୋଲି ଖୁସିରେ ଏମାନଙ୍କ ଗୋଡ଼ ତଳେ ଲାଗୁନଥିଲା। ହେଲେ ଦଇବ ଏମାନଙ୍କ ଖୁସି ସହିପାରିଲା ନାହିଁ। ସୁନ୍ଦରଗଡ଼ ସବଡେଗା ବ୍ଲକ କୁକରିଡିହି ଗାଁର ସୁରେଶ ଲାରଙ୍ଗ 7 ମାସ ତଳେ ଦାଦାନ ଖଟିବାକୁ ଗୋଆ ଯାଇଥିଲେ। ଘରକୁ ଟ୍ରେନରେ ଫରୁଛନ୍ତି ବୋଲି ଘରକୁ ଫୋନ କରି ଜଣାଇଥିଲେ। ହେଲେ ସେ ତ ଆସିଲାନି ଆସିଲା ତାଙ୍କ ମୃତ୍ୟୁ ଖବର। ବିଜୟୱାଡ଼ା ଷ୍ଟେସନରେ ରେଳ ଧାରଣାରୁ ତାଙ୍କ ମୃତଦେହ ପାଇଥିଲା ରେଳବାଇ ପୋଲିସ। ସେଠାରୁ ସ୍ବାମୀଙ୍କ ମୃତଦେହ ଆଣିବାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ପିଲାଙ୍କୁ ସାଙ୍ଗରେ ନେଇ ଆସିଛନ୍ତି ସ୍ତ୍ରୀ କୁମୁଦିନି ଲାରଙ୍ଗ।
ସୁରେଶଙ୍କର ଗୁଣ୍ଠେ ହେଲେ ବି ଜମି ନାହିଁ। ଭଙ୍ଗା କୁଡ଼ିଆ ଘରେ ପିଲାଙ୍କୁ ଧରି ବଞ୍ଚିଛନ୍ତି କୁମୁଦିନି। ନା ମିଳିଛି ସରକାରୀ ଆବାସ ନା ଅନ୍ୟ କୌଣସି ସରକାରୀ ଯୋଜନାର ଲାଭ। ସ୍ବାମୀଙ୍କ ମୃତ୍ୟୁ ଶୁଣିବା ପରଠୁ ତାଙ୍କ ମୁଣ୍ଡ ଉପରେ ଯେମିତି ପାହାଡ଼ ଖସିପଡ଼ିଛି। କେମିତି ଚଳାଇବେ 7 ପ୍ରାଣୀ ପରିବାର ସେହି ଚିନ୍ତାରେ ତାଙ୍କ ପାଦତଳୁ ଯେମିତି ମାଟି ଖସିଯାଇଛି।ରାଜ୍ୟ ଶ୍ରମମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି ସୁନ୍ଦରଗଡ଼ ହେଉଛି ଦାଦନ ଶୂ୍ନ୍ୟ ଜିଲ୍ଲା। ଅର୍ଥାତ ଏହି ଜିଲ୍ଲାରୁ ଜଣେ ହେଲବି ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁନାହାନ୍ତି। ଦାଦାନ ଶ୍ରମିକ ପ୍ରସଙ୍ଗରେ ଶ୍ରମ ମନ୍ତ୍ରୀଙ୍କ ବେପରୱା ପ୍ରତିକ୍ରିୟା ଟିକେ ଶୁଣନ୍ତୁ।
ଏକଥ କହିବା ବେଳକୁ ଆପଣଙ୍କୁ ଟିକେ ଲଜ୍ଜା ଆସୁନାହିଁ କେମିତି। ଆପଣଙ୍କ ହିସାବ କହୁଛି ସୁନ୍ଦରଗଡ଼ରୁ ଜଣେ ହେଲେ ବି ବାହାର ରାଜ୍ୟରେ କାମ କରୁନାହାନ୍ତି। ତାହାହେଲେ ସୁରେଶ ବୋଧହୁଏ ଆମ ରାଜ୍ୟର ଲୋକ ନୁହନ୍ତି। ଆପଣଙ୍କ ହିସାବରେ ଓଡ଼ିଶାରୁ ମାତ୍ର 40 ହଜାର 88 ଜଣ ଶ୍ରମିକ ବାହାରେ କାମ କରୁଛନ୍ତି। ତାହାହେଲେ କୋରୋନା ସରିବା ପରେ ଟ୍ରେନରେ ଖୁନ୍ଦି ହୋଇ ବାହାର ରାଜ୍ୟକୁ ଦାଦାନ ଖସିବାକୁ ଯାଉଥିବା ଶ୍ରମିକଙ୍କ ଦୃଶ୍ୟ କଣ ମିଛ ? ଗୁଜରାଟ ସୁରଟରେ ହଜାର ହଜାର ଓଡ଼ିଆଙ୍କୁ ନେଇ ଗଢ଼ି ଉଠିଥିବା ଏ ଓଡ଼ିଆ ବସ୍ତି କଣ ମିଛ ? ନିଜ ଅପାରଗତା ଢାଙ୍କିବାକୁ ଆଉ କେତେ ମିଛର ସାହାରା ନେବେ 24 ବର୍ଷର ସରକାର ?
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ଥର ପାଇଁ ଶହ ଶହ କୋଟିର ନଗଦ କ୍ୟାସ ଜବତ। ମଦ ବେପାରୀଙ୍କ ଘରୁ ବଣ୍ଡଲ ବଣ୍ଡଲ ଟଙ୍କା। ଏତେ ଟଙ୍କା ଯେ ହାତରେ ଗଣିବା ସମ୍ୱଭବ ହେଲାନାହିଁ । ମେସିନରେ ଗଣାହେଲା । ଏସବୁ ଟଙ୍କା ମଦ ବେପାରୀ ଧୀରଜ ସାହୁ, ସଂଜୟ ସାହୁ, ଦୀପକ ସାହୁ, ରାଜେଶ ସାହୁଙ୍କର ବୋଲି ଅଭିଯୋଗ ହୋଇଛି। ବିଦେଶୀ ଓ ଦେଶୀ ମଦ କାରବାରରୁ କଳାଧନ ଅର୍ଜନ କରି ଟିକସ ଫାଙ୍କିଛନ୍ତି ସାହୁ ଆଣ୍ଡ କୋ । ଏମାନଙ୍କ ଭିତରୁ ଧୀରଜ ସାହୁ ହେଉଛନ୍ତି ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ । ସାଂସଦ ଧୀରଜ ସାହୁଙ୍କ ମଦ ଫ୍ୟାକ୍ଟ୍ରି ସହ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଓ ରାଣୀସତୀ ଗ୍ରୁପ୍ ଅଫ୍ କମ୍ପାନୀରେ ଚଢ଼ାଉ କରିଛି ଆୟକର ବିଭାଗ। ଓଡ଼ିଶା, କୋଲକାତା ଓ ଝାଡ଼ଖଣ୍ଡର 25ଟି ସ୍ଥାନରେ ହୋଇଛି ଏକକାଳୀନ ଚଢ଼ାଉ । କମ୍ପାନୀର ଏକାଧିକ ଡାଇରେକ୍ଟର ଓ ଏମଡିଙ୍କ ଘରେ ମଧ୍ୟ ରେଡ ହୋଇଛି ।
ଓଡ଼ିଶାର ବଲାଙ୍ଗିର, ଭୁବନେଶ୍ବର, ସମ୍ବଲପୁର, ସୁନ୍ଦରଗଡ଼, ରାଉରକେଲାରେ ହୋଇଛି ଆଇଟି ରେଡ୍। କେବଳ ବଲାଙ୍ଗିରରୁ ଧୀରଜ ସାହୁଙ୍କ ମଦଭାଟି ଓ ଭାଟି ମ୍ୟାନେଜର ଅଫିସରୁ ଜବତ ହୋଇଛି 2 ଶହ କୋଟିରୁ ଅଧିକ ଟଙ୍କା। ସମ୍ବଲପୁରରୁ ବି ରେଡ ବେଳୁ ମିଳିଛି ବେଆଇନ ଟଙ୍କା । ସମ୍ବଲପୁର କ୍ଷେତରାଜପୁର ଥାନା ବଡବଜାର ଦେଶୀ ମଦ ଭାଟିରେ ମଧ୍ୟ ଆୟକର ବିଭାଗ ଚଢାଉ କରିଛି । ସେହିପରି ଧନୁପାଲି ଥାନା ଅଞ୍ଚଳର ଏକ ଦେଶୀ ମଦ ଭାଟିରେ ମଧ୍ୟ ଚଢାଉ କରାଯାଇଛି । ଭୁବନେଶ୍ବରରେ ବି ହୋଇଛି ଆଇଟି ରେଡ୍। ୟା ଭିତରେ ବେଶୀ ଚର୍ଚ୍ଚାରେ ଅଛି ଟିଟଲାଗଡ଼। ଟିଟଲାଗଡ଼ରେ ମଦ ବେପାରୀ ସାହୁ ବ୍ରଦର୍ସଙ୍କ ରହିଛି ଘରୋଇ ସ୍କୁଲ । ମଦ ବେପାରରେ ଏମାନଙ୍କ ଏକଚାଟିଆ ଅଧିକାରୀ। ସରକାରୀ ପ୍ରୋତ୍ସାହନରେ ଚଲାଇଥିଲେ ସାମ୍ରାଜ୍ୟ। ଯାହାକୁ ନେଇ ସନ୍ଦେହ ଘେରରେ ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଟୁକୁନି ସାହୁ । Sh's ଭୁବନେଶ୍ବରରେ ଆୟକର ବିଭାଗର ଡାଇରେକ୍ଟର ଜେନେରାଲ ସଞ୍ଜୟ ବାହାଦୂର । ରାଜ୍ୟରେ ଚାଲିଥିବା ବଡ଼ ଧରଣର ରେଡ୍କୁ ନେଇ ତର୍ଜମା କରିଛନ୍ତି ।
ସେପଟେ ସୁନ୍ଦଗରଗଡ଼ ଓ ରାଉରଲେକାରେ ମଧ୍ୟରେ ଆଇଟି ରେଡ୍। ମଦ ବେପାରୀ ରାଜ କିଶୋର ଜସୱାଲ ଓ ରାଉରକେଲାର କାମେଶ୍ବର ତିୱାରୀଙ୍କ ଘର ସହ ଅଫିସରେ ବୁଧବାରଠାରୁ ଆଇଟି ରେଡ୍ ଚାଲିଛି । ମଦ ବେପାରୀଙ୍କ ସହ ବିଜେଡି ନେତା ଯୋଗେଶ ସିଂହଙ୍କ ସଂପର୍କ ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ରାଜ୍ୟରେ ମଦର ବନ୍ୟା କରି ଲୋକଙ୍କ ଜୀବନ ଉଜାଡୁଛନ୍ତି ସରକାର, ଲୋକଙ୍କ ଟିକସରେ ମାଲେମାଲ୍ ହେଉଛନ୍ତି ବେପାରୀ, ସରକାରୀ ପୃଷ୍ଠପୋଷକତାରେ ଓଡ଼ିଶାରେ ଚାଲିଥିଲା କି ବେଆଇନ ମଦ କାରବାର, ବିଜେଡିକୁ ଫଣ୍ଡିଂ କରୁଥିଲେ କି ସାହୁ ବ୍ରଦର୍ସ, ଶହ ଶହ କୋଟି ଟଙ୍କା ଆସିଲା କେଉଁଠାରୁ, ନୌକର ସାହାଙ୍କ ନିର୍ଦ୍ଦେଶରେ ମଦ ବେପାରୀଙ୍କୁ ଦିଆଯାଉଥିଲା କି ସୁରକ୍ଷା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଯଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଞ୍ଚଳ ତଥା ଅଞ୍ଚଳ ବାହାରୁ ବହୁ ଲୋକେ ଆସିଥାନ୍ତି , କିନ୍ତୁ ଡାକ୍ତର ଖାନା ରେ ଉଚିତ ସେବା ନପାଇବାର କାରଣ ଏଠାରେ ଉପଯୁକ୍ତ ଡାକ୍ତର ଓ ଅନ୍ୟାନ୍ୟ ବିଭାଗ ର ବହୁ ପଦବୀ ଖାଲି ପଡ଼ିବା , ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସମେତ ଭେଷଜ, ସର୍ଜରୀ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି । ଏମ୍ ବି ବି ଏସ୍ ଡାକ୍ତର ଓ ପରିଚାଳକ ଅଧିକାରୀ ପଦବୀ ମଧ୍ୟ ଖାଲି ରହିଛି । ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ୧୧ ଜଣ ଡାକ୍ତର ଓ ନିକଟସ୍ଥ ଯାମୁକେଶ୍ୱର ସି ଏଚ୍ ସି ପାଇଁ ୧୦ ଜଣ ଡାକ୍ତର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗ ନିୟମ କରିଥିଲେ ସୁଦ୍ଧା ଯଶିପୁର ରେ ମାତ୍ର ୪ ଜଣ ନିୟମିତ ଡାକ୍ତର ରହିଥିବା ବେଳେ ଯାମୁକେଶ୍ୱର ସିଏଚସି ମାତ୍ର ଜଣେ ନିୟମିତ ଡାକ୍ତର ଅଛନ୍ତି।
ଯଶିପୁର ଅଞ୍ଚଳରେ ୨୬ ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ମଧ୍ୟରୁ ୨୨ ଟି ଆରୋଗ୍ୟ କେନ୍ଦ୍ର ରେ ରୂପାନ୍ତରିତ ହୋଇଛି । ହେଲେ ଡାକ୍ତର, ନର୍ସ ଅଭାବରୁ ସେସବୁ ଉପକେନ୍ଦ୍ର ବନ୍ଦ ଅବସ୍ଥାରେ ରହିଛି । ଯଶିପୁର ଦେଇ ଜାତୀୟ ରାଜପଥ ଲମ୍ବିଥିବାରୁ ଅଧିକାଂଶ ସମୟରେ ଦୂର୍ଘଟଣା ଘଟିଥାଏ । ତତସହିତ ଯଶିପୁର ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଗରିବ ରୋଗୀ ଯଶିପୁର ଉପରେ ନିର୍ଭର କରିଥାନ୍ତି ଏଣୁ ଯଶିପୁର ସିଏଚସି ପାଇଁ ଆନେସ୍ଥେସିଆ ଓ ସିଜରିଆନ୍ ର ଆବଶ୍ୟକ ହୁଏ । ହେଲେ ବିଶେଷଜ୍ଞ ଡାକ୍ତର ନ ଥିବାରୁ ହୋଇପାରେ ନାହିଁ । ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ରେ ସରକାରଙ୍କ କେବେ ଶୁଭ ଦୃଷ୍ଟି ପଡୁଛି ଓ ଅଞ୍ଚଳ ବାସୀ ଉପକୃତ ହୋଇପାରିବେ ତାହାକୁ ହିଁ ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: