ଆଜି ସୁଦ୍ଧା ରାଜ୍ୟରେ ମୋଟ 60ଟି ପଜେଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଏବେ 38 ଜଣଙ୍କୁ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଗତ ଦୁଇ ଦିନ ମଧ୍ୟରେ କୌଣସି ପଜେଟିଭ ରିପୋର୍ଟ ଆସିନାହିଁ । ଇତି ମଧ୍ୟରେ ରାଜ୍ୟ ସରକାର ତାଙ୍କ ଷ୍ଟ୍ରାଟେଜି ପରିବର୍ତ୍ତନ କରିଛନ୍ତି । ଟେଷ୍ଟିଂକୁ ଗୁରୁତ୍ୱ ଦେବା ସହ ବିଭିନ୍ନ ଅଂଚଳରେ ସ୍ୱତନ୍ତ୍ର ଭାବେ ସ୍ୱାବ ସଂଗ୍ରହ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି ।