ଅର୍ଗସ ବ୍ୟୁରୋ: ବାରିପଦା ସହର ଉପକଣ୍ଠ କାଠପାଳ ବନ୍ଧରେ ବୁଡି ୨ଜଣ ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ନିଖୋଜ ଥିବା ଜଣାପଡିଛି। ମଞ୍ଚାବନ୍ଧା ସ୍ଥିତ ଏକ ଘରୋଇ ଆବସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏହି ଛାତ୍ର ଦୁଇଜଣ ମଙ୍ଗଳବାର ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି। ନିଖୋଜ ଦୁଇ ଜଣ ହେଲେ ବାଦାମପାହାଡ଼ ଅଞ୍ଚଳର ଭଣ୍ଡନ ଗ୍ରାମର ଠାକୁର ସୋରେନ ଓ ଟାଟୋ ଅଞ୍ଚଳର ବଡ଼ଗାଁ ଗ୍ରାମର ଭାଗ୍ୟ ପ୍ରକାଶ ପାତ୍ର। ସେମାନେ ହଷ୍ଟେଲରେ ରହି ପାଠ ପଢୁଥିଲେ। ୨ଜଣ ଛାତ୍ରୀଙ୍କ ଶରୀର ଅସୁସ୍ଥ ପାଇଁ ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ ସେମାନଙ୍କୁ ଡାକ୍ତରଖାନା ନେଇ ଯାଇଥିବା ବେଳେ ଛାତ୍ରମାନେ ମୂର୍ତ୍ତି ବିସର୍ଜନ ପାଇଁ ବନ୍ଧକୁ ଯାଇଥିଲେ। ଏହି ଛାତ୍ର ଦୁଇଜଣ ସାଙ୍ଗମାନଙ୍କ ସହିତ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି ।ତେବେ ମୂର୍ତି ଭସାଇବା ବେଳେ ଭାଗ୍ୟ ପ୍ରକାଶ ଅସାବଧାନତା କାରଣରୁ ପାଣିରେ ବୁଡି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଠାକୁର ପାଣିରେ ପଶି ଯାଇଥିଲେ। ଲଘୁଚାପ ଜନିତ ବର୍ଷା ପାଇଁ ଅଧିକ ପାଣି ଥିବାରୁ ଦୁଇ ଜଣ ଭାସି ଯାଇଛନ୍ତି। ଘଟଣା ସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି।
ଅର୍ଗସ ବ୍ୟୁରୋ: କୋଟପାଡ଼ରେ ବେଶ ଧୁମଧାମରେ ଓ ନିଆରା ଢଙ୍ଗରେ ପାଳିତ ହେଉଛି ଶାରଦୀୟ ଦୁର୍ଗାପୂଜା । ସପ୍ତମୀଠାରୁ କୋଟପାଡ଼ର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ଦୁର୍ଗା । କୋଟପାଡ଼ ବାହାରଗଡ଼ ସାହି, ମହାନ୍ତି ସାହି, ଦୁଲପୁରସାହି, କେନ୍ଦୁଗୁଡା ଭଳି ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ମା ଦୁର୍ଗା । ସୁସଜ୍ଜିତ ଆଲୋକ ଓ ତୋରଣରେ ଶୋଭା ପାଉଛି ମଣ୍ଡପଗୁଡିକ । ରାଜା ରାଜୁତି ସମୟରୁ ପାରମ୍ପରିକ ଵିଧି ଅନୁସାରେ ଆଡମ୍ବରରେ ପାଳିତ ହୋଇଆସୁଛି କୋଟପାଡ଼ର ଅଧିଷ୍ଠାତ୍ରୀ ଦେଵୀ ମା' ମାଉଲିଙ୍କ ଦଶହରା ପର୍ବ । ଚଳିତ ବର୍ଷ ମା'ଙ୍କ ଅଜ୍ଞାମାଳ ମିଳିବା ପରଠାରୁ ପ୍ରାରମ୍ଭ ହୋଇଛି ମା'ଙ୍କ ଶାରଦୀୟ ଦଶହରା ପାର୍ବଣ ।
ନଅ ଦିନ ଧରି ପାରମ୍ପରିକ ବାଦ୍ୟ ଏବଂ ପଟୁଆର ନାଚ ସହ ଭକ୍ତଙ୍କୁ ସାଥିରେ ନେଇ ମା' ନିଜ ପୀଠ ଛାଡି ନିଜ ଭଉଣୀ ମାଶୀତଳା ଠାକୁରାଣୀଙ୍କ ପୀଠକୁ ଯାଇଥାନ୍ତି । ସେଠାରୁ ମଧ୍ୟରାତ୍ରିରେ ନିଜ ପୀଠକୁ ଅବତରଣ କରିବା ପରେ ପ୍ରାରମ୍ଭ ହୋଇଥାଏ ପୂଜାର୍ଚନା । ମାଉଲି ମା'ଙ୍କ ପିଠ ନବରାତ୍ରିଠାରୁ ଭକ୍ତଙ୍କ ସମାଗମରେ ଚଳଚଞ୍ଚଳ ହୋଇ ଉଠିଥାଏ । ସାରା କୋଟପାଡ଼ ଦିବ୍ୟ ଆଲୋକରେ ଆଲୋକିତ ଓ ମୁଖରିତ ହୋଇ ଉଠିଥାଏ l ବିଭିନ୍ନ ସଂlସ୍କୃତିକ ନୃତ୍ୟ, ଭଜନ, ସଂଗୀତର ଆସର ଜମିଥାଏ ମନ୍ଦିର ବେଢା ନିକଟରେ l
ମା' ମାଉଲି ଛତିଶଗଡ଼ ସହରରେ ଆବିର୍ଭୁତ ହୋଇଥିଲେ କିନ୍ତୁ ମା' ମାଉଲି ବର୍ତ୍ତମାନ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟରେ ପୂଜା ପାଇଆସୁଛନ୍ତି । ଏଠାରେ ଦୂର ଦୁରାନ୍ତରରୁ ଆସୁଥିବା ଭକ୍ତଙ୍କ ସମାଗମ ହୋଇଥାଏ । ଭକ୍ତଙ୍କ ମନବାଞ୍ଛା ମଧ୍ୟ ପୂରଣ କରିଥାନ୍ତି କରୁଣାମୟୀ ମାଉଲି ମା' l ଭକ୍ତଙ୍କ ମଧ୍ୟରେ ବିଶ୍ବାସ ରହିଛି ମା'ଙ୍କ ପାଖକୁ ଆସି ଯିଏ ବି ଯାହା ବି କୃପା ଭିକ୍ଷା କରିଛି ତାହାର ମନସ୍କାମନା ନିଶ୍ଚୟ ପୂରଣ ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଚକୋଲେଟ ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏଭଳି ଖୁବ୍ କମ୍ ଲୋକ ଥିବେ ଯାହାଙ୍କୁ ଚକୋଲେଟ୍ ଭଲ ଲାଗୁନଥିବା । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଚକୋଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଚାହିଦାକୁ ଦେଖି ବଜାରକୁ ଏବେ ବଭିନ୍ନ ଭେରାଇଟିର ଚକୋଲେଟ୍ ବି ଆସିଲାଣି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଚକୋଲେଟ୍ ଖାଇଲେ ସାଂଘାତିକ ରୋଗ ହେଉଛି ।ଚକୋଲେଟ୍ ଖାଇଲେ ଡାଇବେଟିସ୍ ହେବାର ସବୁଠାରୁ ଅଧିକ ସମ୍ଭାବନା ରହିଛି । ଚକୋଲେଟ୍ ଓଜନ ବଢାଇବା ସହିତ ଶରୀରକୁ ବିକଶିତ କରିବାରେ ବାଧକ ସୃଷ୍ଟି କରିଥାଏ । ଗୁରୁତର କଥା ହେଉଛି ଚକୋଲେଟ୍ ଖାଇଲେ ହୃଦଘାତ ଓ ଷ୍ଟ୍ରୋକ ହେବାର ସମ୍ବାବନା ଥାଏ । କିଡନୀ, ପେଟ ଯନ୍ତ୍ରଣା ଓ ହାଡ ଗୁଡିକ ଦୁର୍ବଳ କରି ଦେଇଥାଏ ।
ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର...