ଜବତ ଧଳା ଜହର ର ବଜାର ମୁଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି। ୨ ଅଭିଯୁକ୍ତ ହେଲେ ଛଣଗିରି ପାଟଣା ସାହିର ପ୍ରଶାନ୍ତ କୁମାର ସାହୁ ଓ ଅରୁଣ କୁମାର ବେହେରା। ପ୍ରଶାନ୍ତଙ୍କ ନିକଟରୁ ୩୫ ଗ୍ରାମ୍ ଧଳା ଜହର ଜବତ ହୋଇଥିବା ବେଳେ ଅଭିଯୁକ୍ତ ଅରୁଣଙ୍କଠାରୁ ୧୫ ଗ୍ରାମ ଧଳା ଜହର ଜବତ କରିଛି ଅବକାରୀ ପୋଲିସ। ଗିରଫ ବେପାରୀ ଦ୍ୱୟଙ୍କୁ ଅବକାରୀ ବିଭାଗ ପୋଲିସ କୋର୍ଟ ଚାଲାଣ କରିଛି।
୨ ଧଳା ଜହର ବେପାରୀ ଗିରଫ

ଅର୍ଗସ ବ୍ୟୁରୋ: କୋର୍ଡ ୱାର୍ଡରେ ଚାଲିଥିଲା ଧଳା ଜହର ବେପାର। ଖବର ପାଇ ଟାଙ୍ଗୀ ବ୍ଲକ ଛଣଗିରି ଗ୍ରାମରେ ଚଢାଉ କଲା ଟାଙ୍ଗୀ ଅବକାରୀ ପୋଲିସ। ଛଣଗିରୀ ଗ୍ରାମ ପଞ୍ଚାୟତର ତାରିଣୀ ଛକରେ ଚଢାଉ କରି ଦୁଇ ଜଣ ଧଳା ଜହର ବେପାରୀଙ୍କୁ ଗିରଫ କରିଛି ଅବକାରୀ ପୋଲିସ। ଗିରଫ ଦୁଇ ବେପାରୀଙ୍କ ନିକଟରୁ ୫୦ ଗ୍ରାମ ଧଳା ଜହର ଜଵତ କରିବାରେ ସକ୍ଷମ ହୋଇଛି।
Download Argus News App
