ଚନ୍ଦକା ଏବଂ ନନ୍ଦନକାନନର ଦୁଇଟି ଟିମ୍ ହାତୀ ଉପରେ ନଜର ରଖିଛନ୍ତି । ସନ୍ଧ୍ୟା ୫ଟାରେ ପୁଣି ଆରମ୍ଭ ହେବ ଅପରେସନ ଗଜରାଜ। ଏବେ ଜିରାଫ ଖୁଆଡ ପାଖରେ ରହିଛନ୍ତି ଦୁଇ ଦନ୍ତା । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆଜି ବନ୍ଦ ରହିବ ନନ୍ଦନକାନନ ।
ସୂଚନାଯୋଗ୍ୟ, ଗତକାଲି ରାତିରେ ପାଚେରୀ ଭାଙ୍ଗି ନନ୍ଦନକାନନକୁ ଆସିଛନ୍ତି ଦନ୍ତା । ଏହି ହାତୀ ଦୁଇଟି କେଉଁଠୁ ଆସିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସୁରକ୍ଷା ଦୃଷ୍ଟିରୁ ବୁଧବାର ସକାଳଠାରୁ ପର୍ଯ୍ୟଟକଙ୍କୁ ନନ୍ଦନକାନନରେ ପ୍ରବେଶ ଉପରେ କଟକଣା ଲଗାଯାଇଛି ।