ଏହା ବ୍ୟତୀତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ନଦେଲେ ଅନାଦାୟ ଆଉ ଏକ ବର୍ଷ ଜେଲ ଦଣ୍ଡାଦେଶ ପାଇଁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୮ ମସିହାରେ ଜୁଲାଇ ୧୫ ତାରିଖରେ କଟକ ଜିଲ୍ଲା ବାଙ୍କୀ ଥାନା ଅଧୀନରେ ଘଟିଥିଲା ଏହି ବଳାତ୍କାର ଘଟଣା। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଆଧାର କରି ଅଭିଯୁକ୍ତକୁ ଗିରଫ କରି ଜେଲ ପଠେଇ ଥିଲା। ୯ ଜଣ ସାକ୍ଷୀ ଓ ୧୪ଟି ଡକ୍ୟୁମେଣ୍ଟ ଆଧାର କରି କୋର୍ଟ ଅଭିଯୁକ୍ତକୁ ଏହି ଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ନାବାଳିକା ବଳାତ୍କାର ମାମଲାରେ ଦୋଷୀଙ୍କୁ ୨୦ବର୍ଷ ଜେଲ
Download Argus News App
