ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କନ୍ଧପଡା ଗ୍ରାମପଞ୍ଚାୟତ ବେଲାଦୁଲା ଗ୍ରାମରେ ଇଂରେଜ ଅମଳରୁ ପାଖାପାଖି ୨୦୦ ବର୍ଷ ପୁରୁଣା ଅନ୍ଧବିଶ୍ୱାସର ଅନ୍ତ ଘଟିଛି। ଆଠମଲ୍ଲିକ ଗ୍ରାମ ଠାରୁ ମାତ୍ର ୨୦ କିଲୋମିଟର ଦୁରରେ ଏହି ବେଲାଦୁଲା ଗ୍ରାମ, କିନ୍ତୁ ଗ୍ରାମରେ ବହୁ ପୁରୁଣା ପ୍ରଚଳିତ ଏକ ଅନ୍ଧ ବିଶ୍ୱାସ ଯେ ଏହି ଗ୍ରାମରେ କୌଣସି ବ୍ୟକ୍ତି ଛାତ ଘର ତିଆରି କରିପାରିବେ ନାହିଁ । କାରଣ ନା ବୟସ୍କ ଲୋକମାନଙ୍କ କହିବା ଅନୁଯାୟୀ ଯିଏ ବି ଏହି ଗ୍ରାମରେ ଛାତ ଘର ତିଆରି କରିବେ ତାଙ୍କ ପରିବାରର ମୁଖିଆଙ୍କ ମୃତ୍ୟୁ ହେବା ସହ ତାଙ୍କ ପରିବାର ସମ୍ପୁର୍ଣ୍ଣ ଦୈବିକ ଅଭିଶପ୍ତ ହୋଇଯିବ, ତେଣୁ ଭୟରେ ଗ୍ରାମବାସୀମାନେ ଆଜି ପର୍ଯ୍ୟନ୍ତ ନିଜ ଘରେ କେହି ଛାତ ପକାଇବାକୁ ସାହସ କରୁନଥିଲେ।
ଗ୍ରାମବାସୀମାନେ ସରକାରଙ୍କ ବିଭିନ୍ନ ଆବାସ ଯୋଜନାରୁ ବଞ୍ଚିତ ହୋଇଆସୁଥିଲେ ତେଣୁ ସାଧାରଣ ସଭାରେ ନିଷ୍ପତ୍ତି ନିଆଗଲା କି ପ୍ରଥମେ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଠାକୁର ଘରକୁ ଛାତ ପକାଇ ନିର୍ମାଣ କରାଯିବ। ଏଥିରେ ସବୁ ଗ୍ରାମବାସୀ ମାନେ ନିଜ ନିଜ ସାମର୍ଥ୍ୟ ଅନୁଯାୟୀ ଶାରୀରିକ,ମାନସିକ ଓ ଆର୍ଥିକ ସହଯୋଗ କରି ଆଜି ଠାକୁର ଘରର ନିର୍ମାଣ କାର୍ଯ୍ୟ କୁ ଆଗେଇବା ସହ ଛାତ ପକେଇବାର ଦେଖାଯାଇଛି।