ତେବେ ଏହି କଫ ଶୀରଫ ଜେଲ ପରିସରକୁ କିପରି ଆସିଲା ? ଏହି କଫ ସିରଫ ଜେଲ ଭିତରେ ଥିବା କଏଦୀମାନଙ୍କୁ ନା ବଜାରରେ ବିକ୍ରି କରିବା ପାଇଁ ଏହାକୁ ଗୋଦାମ ଭଳି ବ୍ୟବହାର କରାଯାଉଥିଲା ? ତାହା ଏବେ ମଧ୍ୟ ଜଣ ସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚି ସୃଷ୍ଟି କରୁଛି।
ଜେଲ ଭିତରୁ ମିଳିଲା ୨୦୦୦ ବୋତଲ କଫ ସିରଫ
ବରଗଡ଼ : ବରଗଡ଼ ସବ ଜେଲ ପରିସରରୁ ବ୍ୟାପକ ମାତ୍ରାରେ କଫ ସିରଫ ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ବରଗଡ଼ ଏସ୍ପିଙ୍କ ନିର୍ଦେଶ କ୍ରମେ ବରଗଡ଼ ଟାଉନ ପୋଲିସ ଜେଲ ସ୍ୱିପର ଆକାଶ ସିନ୍ଧିରିଆଙ୍କ ବାସଭବନରେ ଚଢ଼ାଉ କରିଥିଲା। ଆକାଶଙ୍କ ବାସଭବନରୁ ପାଖାପାଖି ୨୦୦୦ ବୋତଲ କଫ ସିରଫ ଜବତ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ବରଗଡ଼ ଏସଡିପିଓ ଦୀପକ ଗୋଛୟତ।
Download Argus News App
