ଆଳି ନିର୍ବାଚନ ମଣ୍ଡଳୀ, ଆଳି ଓ କନିକା ବ୍ଲକକୁ ନେଇ ଗଠିତ । ହେଲେ ଏହି ଦୁଇ ବ୍ଲକ ଅନେକ ବିବାଦରେ ଛନ୍ଦି ହୋଇ ରହିଛନ୍ତି ଆଳି ବିଧାୟକ ତଥା ଶିଳ୍ପ ଓ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ । ବେଆଇନ ବାଲି ଚୋରା ଚାଲାଣ ଠାରୁ ଆରମ୍ଭ କରି ଖରସ୍ରୋତା ବଞ୍ଚାଅ ପରି ଅନେକ ବିବାଦରେ ଛନ୍ଦି ହୋଇଛନ୍ତି ସାନ ବାବୁ । ଯାହାକୁ ନେଇ ଦେଖା ଦେଇଛି ଜନ ଅସନ୍ତୋଷ । ଆଉ ଏବେବି ଶିଳ୍ପ ମନ୍ତ୍ରୀଙ୍କ ଜିଲ୍ଲା ଶିଳ୍ପ ଶୂନ୍ୟ ହୋଇ ରହିଛି ।
ଅଧିକ ପଢନ୍ତୁ : ପୁଣି ବିବାଦୀୟ ବୟାନ ଦେଇ ଅଡୁଆରେ ମନ୍ତ୍ରୀ ପ୍ରତାପ ଦେବ
ସେପଟେ କଂଗ୍ରେସ ଧୀରେ ଧୀରେ ଦୁର୍ବଳ ହେବାକୁ ବସିଛି । ପୂର୍ବତନ ବିଧାୟକ ଦେବନ୍ଦ୍ର ଶର୍ମା ଅସୁସ୍ଥ ଥିବା ସତ୍ବେ ଏବେ ସେ ଫିଟ ଥିବା କହିଛନ୍ତି । ଦଳ ଚାହିଁଲେ ମୁଁ ନିଶ୍ଚିତ ୨୦୨୪ରେ ପାର୍ଥୀ ହେବି । ଆଳି ଓ କନିକା ବାସୀଙ୍କ ପୁଣି ଥରେ ସେବା କରିବି ।
ଅଧିକ ପଢନ୍ତୁ :ରାଜ୍ୟ ତମାମ ବାଲିଘାଟର ବେତାଜ ବାଦଶାହ ବିଜେଡି ନେତା
ଆଉ ଏପରି ସ୍ଥିତିରେ ମୁଖ୍ୟ ବିରୋଧୀ ବିଜେପି ଏବେ ନିଜର ସ୍ଥିତି ମଜଭୁତ କରିବାରେ ଲାଗିଛି । ଆଉ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ କିଏ ଜିତିବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସାଧାରଣ ନିର୍ବାଚନକୁ ପାଖାପାଖି ଏକ ବର୍ଷ ଥିବା ବେଳେ କିଏ ଦଖଲ କରିବ ଆଳି । ତାହା ଉପରେ ରହିଛି ସମସ୍ତଙ୍କ ନଜର ।