ଅଧିକ ପଢନ୍ତୁ : କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଗସ୍ତରେ ବିଜେପି ରାଜ୍ୟ ସଭାପତି
ମୋଦି ସରକାରର ୯ ବର୍ଷରରେ ହୋଇଥିବା ଅଭୁତପୂର୍ବ ବିକାଶର ଗୋଟି ଗୋଟି ହିସାବ ଦେବେ ଦୁଇ କେନ୍ଦ୍ରୀୟ ନେତା । ଜୁନ ୧୭ ତାରିଖରେ ଜାତୀୟ ରାଜନୀତିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସୁଥିବା ବେଳେ ଏବଂ ଜୁନ ୨୨ରେ ଓଡିଶା ଗସ୍ତରେ ଆସୁଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ସେପଟେ ଶାହ ଓ ନଡ୍ଡାଙ୍କ ଗସ୍ତର କୌଣସି ପ୍ରଭାବ ପଡିବନି ବୋଲି କହିଛନ୍ତି କଂଗ୍ରେସ ଓ ବିଜେଡି । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଲଗାତାର ଭାବେ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ମାନେ ଓଡିଶା ଆସିଲେ ଦଳକୁ ବଳ ମିଳିବ ବୋଲି ଆକଳନ କରିଛନ୍ତି ରାଜନୈତିକ ସମୀକ୍ଷକ ।
ରାଜ୍ୟ କୋଟିଏ ପରିବାର ସହ ଯୋଡି ହେବାର ଲକ୍ଷ୍ୟ ନେଇ କ୍ଲଷ୍ଟର ଫର୍ମୁଲା ଆପଣେଇଛି ବିଜେପି । ମୋଦି ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାର ବାର୍ତ୍ତା ନେଇ ଜନ ଜାଗରଣ କରିବେ ଦଳୀୟ କର୍ମକର୍ତ୍ତା । ଫୋକସରେ ରହିଛି ୨୧ ଲୋକସଭା ସିଟ୍ । ୩ରୁ ୪ଟି ଲୋକସଭା କ୍ଷେତ୍ରକୁ ନେଇ ଗୋଟିଏ ଲେଖାଏଁ କ୍ଲଷ୍ଟର କରାଯାଇଛି । ପ୍ରତି କ୍ଲଷ୍ଟରରେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ତଥା ନେତା ଦୁଇ ଦିନ ଲେଖାଏଁ ସମୟ ବିତାଇବେ । ପ୍ରେସମିଟ୍, ଜନସଭା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ନେତା । ତେବେ ଆଗାମୀ ୬ ତାରିଖରୁ ଓଡିଶାରେ ଡେରା ପକାଇବେ ମାଳମାଳ କେନ୍ଦ୍ରମନ୍ତ୍ରୀ ଓ ନେତା । ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ୭ ତାରିଖରେ ଦର୍ଶନା ଜାରଦୋଶ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି ।