ଅଧିକ ପଢନ୍ତୁ : ଓଡିଶାରେ ଆଉ ଗଣତନ୍ତ୍ରକୁ ହତ୍ୟା କରି ଏକଛତ୍ରବାଦ ଶାସନ ଚାଲିବ ନାହିଁ : ମନମୋହନ ସାମଲ
ସେପଟେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ତାର ନୂଆ ଟିମକୁ ସାମ୍ନାକୁ ଆଣିଛି । ୩୦ ଜିଲ୍ଲା ପାଇଁ ୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ଦାୟୀତ୍ଵ ମିଳିଥିବା ବେଳେ ତାଲିକାରୁ ବାଦ ପଡିଛନ୍ତି ମହିଳା ମନ୍ତ୍ରୀ ଟୁକୁନି ସାହୁ ଓ ଉଷା ଦେବୀ । ସେହପରି ମନ୍ତ୍ରୀ ରୋହିତ ପୂଜାରୀ ଓ ପ୍ରଶାସକରୁ ନେତା ବନିଥିବା ନଳୀନୀ ପ୍ରଧାନ ବି ପର୍ଯ୍ୟବେକ୍ଷକ ଦାୟିତ୍ବରୁ ମୁକ୍ତ କରିଛନ୍ତି ସୁପ୍ରିମୋ । ଧାମନଗର ବିପର୍ଯ୍ୟୟ ପରେ ଭଦ୍ରକ ଜିଲ୍ଲାରୁ ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ପ୍ରତାପ ଜେନାଙ୍କୁ ଦାୟୀତ୍ଵ ଦେଇଛି ଦଳ । ଦଳରେ ବଢୁଥିବା ଅସନ୍ତୋଷ ପାଇଁ ରବି ଜେନା ଏବଂ ଅମରେଶ ଜେନାଙ୍କୁ ପର୍ଯ୍ୟବେକ୍ଷକ ଭାବେ ଥଇଥାନ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେଉଁଝର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ମିଳିଛି । ତେବେ ବବିଙ୍କୁ 4 ଜିଲ୍ଲା ଦାୟିତ୍ବ ନେଇ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ।
୨୪ ନିର୍ବାଚନ ପୂର୍ବରୁ ଉଭୟ ଦଳରେ ସଙ୍ଗଠନ ସଜଡା କାମ ଆରମ୍ଭ ହୋଇଛି । ଉଭୟ ବିଜେପି ଓ ବିଜେଡି ସଙ୍ଗଠନ ସ୍ତରରେ ବଡ ଅଦଳ ବଦଳ କରିବା ନେଇ ସଙ୍କେତ ମିଳିଛି । କଂଗ୍ରେସର ନୂଆ ସଭାପତି ଚୟନର ଦୀର୍ଘ ଦିନ ପରେ ଜିଲ୍ଲା ଓ ରାଜ୍ୟ କମଟି ପୁନର୍ଗଠନ ନ ହୋଇପାରିବା ଦଳର ଦୁର୍ବଳତାକୁ ପଦାରେ ପକାଇଛି ।