
ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆଜି ରାଜ୍ୟରେ ସୁସ୍ଥ ହେଲେ 203 କରୋନା ଆକ୍ରାନ୍ତ । ଏହାସହ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା 4946କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସର୍ବାଧିକ 60 ଜଣ ଗଞ୍ଜାମରୁ ସୁସ୍ଥ ହୋଇଛନ୍ତି । 20 ଜଣ ସୁସ୍ଥଙ୍କ ସହ ଗଜପତି ଆଜି ଦ୍ୱିତୀୟ ସ୍ଥାନରେ ରହିଥିବା ଦେଖିବାକୁ ମିଳିଛି ।
ସେହିଭଳି ଖୋର୍ଦ୍ଧାରୁ 19, କଟକରୁ 18, ଭଦ୍ରକରୁ 14, କେନ୍ଦୁଝରରୁ 13, ନୟାଗଡ଼ରୁ 12, ମୟୂରଭଞ୍ଜରୁ 10, ଯାଜପୁରରୁ 9, ବାଲେଶ୍ୱରରୁ 8 ଓ କେନ୍ଦ୍ରାପଡ଼ାରୁ 7 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଅନୁଗୁଳରୁ 4, ଢ଼େଙ୍କାନଳରୁ 3, ବଲାଙ୍ଗିର ଓ ଜଗତସିଂହପୁରରୁ 2 ଜଣ ଲେଖାଁଏ ସୁସ୍ଥ ହୋଇଥିବା ବେଳେ ଦେବଗଡ଼ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 203 #COVID19 patients have recovered and are being discharged on 29.6.2020. 60 from Ganjam 20 from Gajapati 19 from Khurdha 18 from Cuttack 14 from Bhadrak 13 from Keonjhar 12 from Nayagarh 10 from Mayurbhanj 9 from Jajpur 8 from Balasore 7 from Kendrapara (1/2)
— H & FW Dept Odisha (@HFWOdisha) June 29, 2020
ଅନ୍ୟପଟେ ଆଜି ସକାଳେ ରାଜ୍ୟରେ ପୁଣି 245 କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 214 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 31 ଜଣ ସ୍ଥାନୀୟ ସଂକ୍ରମଣ । ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ବାଲେଶ୍ଵରରୁ 2, ବରଗଡ଼ରୁ 10, ଭଦ୍ରକରୁ 2, କଟକରୁ 7, ଢେଙ୍କାନାଳରୁ 3, ଗଜପତିରୁ 7, ଗଞ୍ଜାମରୁ 96, ଜଗତସିଂହପୁରରୁ 9, ଯାଜପୁରରୁ 40, ଝାରସୁଗୁଡ଼ାରୁ 1, କେନ୍ଦ୍ରାପଡ଼ାରୁ 8, କେଉଁଝରରୁ 7, ଖୋର୍ଦ୍ଧାରୁ 28, ମୟୁରଭଞ୍ଜରୁ 5, ନବରଙ୍ଗପୁରରୁ 7, ନୟାଗଡ଼ରୁ 3, ରାୟଗଡ଼ାରୁ 1, ସୋନପୁରରୁ 1, ସୁନ୍ଦରଗଡ଼ରୁ 6, ଏନଡିଆରଏଫ ଓ ଓଡ୍ରାଫ ଟିମରୁ 2 ଜଣ ଅଛନ୍ତି।
