ମନମୋହନ ସାମଲଙ୍କୁ କୋରାଇ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା
21 କେଜି ଗଞ୍ଜେଇ ଜବତ, 4 ଗିରଫ

କନ୍ଧମାଳ : ସାରା ଜିଲ୍ଲାରେ ଶ୍ରୀପାଲ ଅଂଚଳରୁ 21 କେଜି ଗଞ୍ଜେଇ ସହ 4 ଜଣଙ୍କୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ। ଏହି ଦୁବୃତ୍ତମାନେ ଫିରିଙ୍ଗିଆ ଅଞ୍ଚଳରୁ କଟକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରା ପଡ଼ିଛନ୍ତି।
ସୂଚନାନୁଯାୟୀ, କୋରୋନା ମୁକାବିଲା ପାଇଁ ଚାରିଆଡ଼େ ଲକଡାଉନ ପାଳନ କରାଯାଉଥିବା ବେଳେ ଏହାର ସୁଯୋଗ ନେଇ ଫିରିଙ୍ଗିଆ ଅଞ୍ଚଳରୁ କଟକ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ କିଛି ଯୁବକ। କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୋଲିସ ସେମାନଙ୍କ ଉପରେ ଅତର୍କିତ ଚଢାଉ କରିଥିଲା। ସେମାନଙ୍କ ନିକଟରୁ 21 କେଜି ଗଞ୍ଜେଇ, ଗୋଟିଏ ଇଣ୍ଡିଗୋ କାର ଜବତ କରିବା ସହ 4 ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ଏହି ଅଭିଯୁକ୍ତମାନେ ହେଲେ ଅଜିତ ଦିଗାଲ ,ନୃସିଂହ କଂହର,କଳ୍ପନା କଂହର, ରାଞ୍ଚନା କଂହର।
Download Argus News App
