ଭୁବନେଶ୍ବର: ଆସନ୍ତା 21 ତାରିଖ ପୂର୍ବାହ୍ନ 11ଟାରେ ସବୁ ରାଜ୍ୟର ବାଚସ୍ପତିଙ୍କ ସହ ଲୋକସଭା ବାଚସ୍ପତି ଓମ୍ ପ୍ରକାଶ ବିର୍ଲାଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଭିଡିଓ କନଫରେନ୍ସିଂ ଆଲୋଚନାରେ ଯୋଗ ଦେବେ ଓଡିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଭୁବନେଶ୍ବରରେ ଥିବା ଜାତୀୟ ବିଜ୍ଞାନ ସୂଚନା କେନ୍ଦ୍ରରେ (ଏନଆଇସି) ଅଫିସରେ ସେ ଭିଡିଓ କନଫରେନ୍ସିଂରେ ଭାଗ ନେବେ। ଏ ସମ୍ଵନ୍ଧରେ ବାଚସ୍ପତି କହିଲେ " ଆସନ୍ତା ୨୧ତାରିଖରେ ଲୋକସଭା ବାଚସ୍ପତିଙ୍କ ଅଧକ୍ଷତାରେ ହେବାକୁ ଥିବା ବୈଠକରେ ମୁଁ ଯୋଗଦାନ କରିବି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ସେହି ବୈଠକରେ ରାଜ୍ୟରେ କରୋନା ସ୍ଥିତି ଓ ମୁକାବିଲା ସମ୍ପର୍କରେ ଆଲୋଚନା ହେବ" ।
ଏଥିରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ନୋଡାଲ ଅଫିସର ତଥା ବିଧାନସଭା ଯୁଗ୍ମ ସଚିବ ସରୋଜ କୁମାର ମହାନ୍ତି ଉପସ୍ଥିତି ରହିବେ। ଲୋକସଭା ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ପ୍ରକୋଷ୍ଠ ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
