#UttarPradeshAssemblyElections | 21.79% voter turnout recorded till 11 am during ongoing polling across 10 districts in the sixth phase pic.twitter.com/qtI8yml7D1 — ANI UP/Uttarakhand (@ANINewsUP) March 3, 2022
ଅନ୍ୟପଟେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖଛନ୍ତି, ଉତ୍ତର ପ୍ରଦେଶର ଆଜି ଗଣତନ୍ତ୍ର ଉତ୍ସବର ୬ଷ୍ଠ ପର୍ଯ୍ୟାୟରେ ପହଞ୍ଚିସାରିଛି। ସମସ୍ତ ମତଦାତାଙ୍କୁ ମୋର ବିନମ୍ର ନିବେଦନ, ସେମାନେ ନିଜ ନିଜର ଭୋଟ୍ ପ୍ରଦାନପୂର୍ବକ ଏ ଉତ୍ସବରେ ନିଶ୍ଚୟ ସାମିଲ ହୁଅନ୍ତୁ। ଆପଣମାନଙ୍କର ଖଣ୍ଡିଏ ଖଣ୍ଡିଏ ଭୋଟ୍ ଗଣତନ୍ତ୍ରର ସାମର୍ଥ୍ୟ ଅଟେ। ବଳରାମପୁର, ସିଦ୍ଧାର୍ଥନଗର, ମହାରାଜନଗର, କୁଶୀନଗର, ବସ୍ତି, ସନ୍ଥ କବୀର ନଗର, ଅମ୍ବେଦକର୍ ନଗର, ଗୋରଖପୁର, ଦେଓରିଆ ଏବଂ ବାଲ୍ଲିଆ ଆଦି ୧୦ ଜିଲ୍ଲାର ୫୭ଟି ଆସନ ନିମନ୍ତେ ଗ୍ରହଣ ମତଦାନ ଗ୍ରହଣ କରାଯାଉଛି।
ଏଥିରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ୬୭୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ କଂଗ୍ରେସ ସଭାପତି ଲାଲ୍ଲୁ, ସମାଜବାଦୀ ପାର୍ଟିର ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ‘ଆଜାଦ୍ ସମାଜ ପାର୍ଟି’ର ସଂସ୍ଥାପକ ଚନ୍ଦ୍ରଶେଖର ଆଜାଦ, ବିଗତ ବିଧାନସଭାର ବିରୋଧୀ ଦଳ ନେତା ତଥା ସମାଜବାଦୀ ପାର୍ଟିର ନେତା ରାମ ଗୋବିନ୍ଦ ଚୌଧୁରୀ।