କଂଗ୍ରେସ ଦଳ ତାର ଭୂମିକା ଠିକ ଭାବେ ପାଳନ କରୁଛି ...
ଅର୍ଗସ ବ୍ୟୁରୋ : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଆଜି ରାଜ୍ୟରେ ୨୩୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୩,୨୫,୯୬୫କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ସୂଚନାନୁଯାୟୀ, ଅନୁଗୁଳରୁ ସର୍ବାଧିକ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ବଲାଙ୍ଗିରରୁ ୨୬, କଟକରୁ ୨୫, ସୁନ୍ଦରଗଡରୁ ୧୯, ବାଲେଶ୍ବରରୁ ୧୬, ଯାଜପୁରରୁ ୧୫, କେନ୍ଦ୍ରପଡାରୁ ଓ ମୟୂରଭଞ୍ଜରୁ ୧୪, ଝାରସୁଗୁଡା ଓ ନୂଆପଡାରୁ ୧୧, କେନ୍ଦୁଝର ଓ ଖୋର୍ଦ୍ଧାରୁ ୧୦ , ଭଦ୍ରକ ଓ କଳାହାଣ୍ଡିରୁ ୫, ଗଞ୍ଜାମ ଓ ସମ୍ବଲପୁରରୁ ୪, ବରଗଡ, ଜଗତସିଂପୁର ଓ ପୁରୀରୁ ୨ ଏବଂ ଦେବଗଡ ଓ ଗଜପତିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।