ନବ ଦାସଙ୍କୁ ପୋଲିସ ଏଏସଆଇ ଗୁଳି ମାରି ହତ୍ୟା କରିବା ଘଟଣାରେ ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କଲା କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଏଠି କେହି ବି ସୁରକ୍ଷିତ ନୁହଁନ୍ତି । ମନ୍ତ୍ରୀ ଙ୍କୁ ପୋଲିସ ମାରିଛି ଆଉ ପୋଲିସ କେମିତି ସେହି କେସର ତଦନ୍ତ କରିବ ବୋଲି ପ୍ରଶ୍ନ ଉଠାଇଲା କଂଗ୍ରେସ ।
ତେଣୁ ଏହି ବିଚାର ବିଭାଗୀୟ ତଦନ୍ତ ଦାବି କରିଛି କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡି ଥିବାରୁ ଗୃହ ମନ୍ତ୍ରୀ ହିସାବରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି କଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜ । ଏହି ଘଟଣା ପଛରେ କିଛି ଷଡ଼ଯନ୍ତ୍ର ଥିବା ବି କହିଛନ୍ତି ସାଲୁଜା ।
ସେପଟେ ବିଜେଡି କହିଛି ତଦନ୍ତ ଚାଲିଛି । ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ । ମୁଖ୍ୟମନ୍ତ୍ରୀ ଏ ବିଷୟ କୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ବିରୋଧୀ କେବଳ କହିବା ପାଇଁ ଏପରି କହୁଛନ୍ତି ।
ନବ ଦାସଙ୍କୁ ପୋଲିସ ଏଏସଆଇ ଗୁଳି ମାରି ହତ୍ୟା କରିବା ଘଟଣା । ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦହନିୟ । ଯଦି ମନ୍ତ୍ରୀ ଏଠି ସୁରକ୍ଷିତ ନୁହଁନ୍ତି ତେବେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ।
ଆଗରୁ ବିହାର ଏଭଳି ଘଟଣା ଘଟୁଥିଲା ଆଉ ଏବେ ଓଡ଼ିଶାରେ ବି ଏହି ଘଟଣା ଘଟି ଲାଣି । ଦିନ ଦ୍ଵି ପ୍ରହରେ ଜଣେ ଶକ୍ତିଶାଳୀ ମନ୍ତ୍ରୀ ଙ୍କୁ ହତ୍ୟା କରିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଦୁରାଵସ୍ଥା କୁ ସୁଚାଉଛି । ହତ୍ୟାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କରି ତଥ୍ୟ ସାମ୍ନାରେ ରଖନ୍ତୁ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।