ତେବେ ଏମାନଙ୍କ ରିପୋର୍ଟ ଗୁରୁବାର ସୁଦ୍ଧା ସ୍ପଷ୍ଟ ହୋଇପାରିବ । ଏହାପରେ ଜଣାପଡିବ କେତେ ଜଣ ଓମିକ୍ରନରେ ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା 141 ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା । ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନି ।
ବିଦେଶରୁ ଏଯାଏଁ 800ରୁ ଅଧିକ ଲୋକ ରାଜ୍ୟକୁ ଫେରିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ 40 ପ୍ରତିଶତଙ୍କୁ ଠାବ କରିପାରିନି ସ୍ୱାସ୍ଥ୍ୟବିଭାଗ । ଠିକଣା ବଦଳାଇ ଲୋକ ଆସୁଥିବାରୁ ବିଦେଶ ଫେରନ୍ତାକୁ ଠାବ କରିବାରେ ଅସୁବିଧା ହେଉଥିବା କହିଲା ସ୍ୱାସ୍ଥ୍ୟ ବିଭାଗ।