ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର...
କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଡ୍ୟୁଟିରେ ନିୟୋଜିତ ଥିବା ୨୫୦ ସ୍ବାସ୍ଥ୍ୟ କର୍ମୀଙ୍କୁ ବିନା ନୋଟିସରେ ଛଟେଇ କରିଦେଲେ ମେଡିକାଲ କର୍ତୃପକ୍ଷ। ଏଥିରେ ୨୦୧ ଜଣ ଷ୍ଟାଫ ନର୍ସ ଓ ୫୦ ଜଣ ଫାର୍ମାସିଷ୍ଟ ସାମିଲ ଅଛନ୍ତି । ଏମାନେ ଗତବର୍ଷ ମାର୍ଚ୍ଚ ମାସରୁ ଏସିସିବି ମେଡିକାଲ କଲେଜ ଓ ହସ୍ପିଟାଲରେ କରୋନା ଡ୍ୟୁଟିରେ ନିୟୋଜିତ ଥିଲେ ।
ପ୍ରଥମ ତିନି ମାସ କାର୍ଯ୍ୟରେ ରଖିଲେ । ପୁଣି ଏକ ବର୍ଷ ବୃଦ୍ଧି କରି କାର୍ଯ୍ୟରେ ନିୟୋଜିତ କଲେ । ହେଲେ ବର୍ତ୍ତମାନ ବିନା କିଛି ନୋଟିସରେ ୨୫୦ ଜଣ ସ୍ବାସ୍ଥ୍ୟ କର୍ମୀଙ୍କୁ ଛଟେଇ କରିଦେଲେ। ଯାହାକୁ ବିରୋଧ କରି ମେଡିକାଲ୍ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସ୍ବାସ୍ଥ୍ୟକର୍ମୀ।