ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରକଳ୍ପ ପାଇଁ ବଳିପଡୁଛି ଗଛ । ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ୪୮୨ଟି ପ୍ରକଳ୍ପ ପାଇଁ ଜଙ୍ଗଲ ଜମିରୁ ୨୬ ଲକ୍ଷ ୭୫ ହଜାର ୧୯୧ ଟି ଗଛ କଟାଯାଇଛି । ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ । ଖଣି ଖନନ ପାଇଁ ୯ ଲକ୍ଷ ୬୪ ହଜାର ୬୩ ଗଛ, ରାସ୍ତା ନିର୍ମାଣ ପାଇଁ ୫ ଲକ୍ଷ ୯୯ ହଜାର ୬୯୦ ଗଛ, ଜଳସେଚନ ପାଇଁ ୪ ଲକ୍ଷ ୮୯ ହଜାର ୪୨୩ ଗଛ, ରେଳପଥ ନିର୍ମାଣ ପାଇଁ ୮୨ ହଜାର ୭୬ ଗଛ କଟା ଯାଇଛି । ବିଦ୍ୟୁତ ସରବରାହ ପାଇଁ ୧୩ ଲକ୍ଷ ୯ ହଜାର ୪୩୯ ଗଛ ଓ ଶିଳ୍ପ ପାଇଁ ୩ ଲକ୍ଷ ୭୫୯ ଗଛ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୯୯ ହଜାର ୭୪୧ ଗଛ କଟା ଯାଇଥିବା ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କୋଲକାତାରେ ଶ୍ରୀ ମନ୍ଦିର । ସେହି ସିଂହ ଦ୍ଵାର, ସେହି ପତିତପାବନ, ସେହି ଅରୁଣ ସ୍ତମ୍ଭ । ସବୁକିଛି ଅବିକଳ ଶ୍ରୀମନ୍ଦିର ପରି । ଆପଣ ଏସବୁ ଦେଖି କିଛି ସମୟ ପାଇଁ ଭ୍ରମରେ ପଡ଼ିଯିବେ, ଆଉ ଭାବୁଥିବା ଏ ପୁରୀ ନୁହଁ ତ । ନା ଏ ଦୃଶ୍ୟ ହେଉଛି କୋଲକାତା ଏକଡାଲିଆ ଏଭରଗ୍ରୀନ ପୂଜା ପେଣ୍ଡାଲର । ମନ୍ଦିର ଭିତରକୁ ଯିବା ମାତ୍ରେ ମାଆଙ୍କ ପ୍ରତିମା ସହ ବିଦ୍ୟମାନ କାଳିଆ ସାଆନ୍ତ । ଯେଉଁ ଆଡେ ଆପଣଙ୍କ ଆଖି ଯିବ ସେପଟେ ଆପଣ ପାଇବେ ସେହି ଭାବ ବିନୋଦିଆକୁ । କୋଲକାତାରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରି ଅଭିଭୂତ ଶ୍ରଦ୍ଧାଳୁ ।
କୋଲକାତାରେ ତ ଆପଣ ପୁରୀ ବୁଲି ଆସିଲେ, ଏବେ ଚାଲନ୍ତୁ ଯିବା ମେଟ୍ରୋ ଷ୍ଟେସନକୁ । ଏଠି ଲୋକ ଯିବା ଆସିବା କରିବା ସହ ଲାଗିଛି ଗହଳି ଚହଳି । ଫ୍ଲାଟଫର୍ମ ସହ ପାଣି ଭିତରେ ମେଟ୍ରୋ ଚାଲିବାର ଭ୍ରମ ବି ସୃଷ୍ଟି ହେଉଛି । କାରଣ ଏ ମେଟ୍ରୋ ଷ୍ଟେସନ ନୁହଁ । ଏହା ହେଉଛି ଉତ୍ତର କୋଲକାତା ଜଗତ ମୁଖାର୍ଜୀ ପାର୍କ ପୂଜା ପେଣ୍ଡାଲ । ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଚାଲିବା ଫଳରେ ପୂର୍ବରୁ କିପରି ଗଙ୍ଗା ନଦୀ ଦୂଷିତ ହେଉଛି ତାହା ଦର୍ଶାଯାଇଛି ଏହି ପେଣ୍ଡାଲରେ । ଯାହାର ଥିମ୍ ରହିଛି- ପ୍ଲାଟଫର୍ମ ହାୱଡା ମଇଦାନ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ସାରାରାଜ୍ୟରେ ପୂଜା ଧୁମ୍ । ନୂଆପଡ଼ାରୁ ନବରଙ୍ଗପୁର । ମୟୂରଭଞ୍ଜରୁ ମାଲକାନଗିରି । ଶକ୍ତିପୀଠରେ ଭକ୍ତିମୟ ପରିବେଶରେ ଆଦିଶକ୍ତିଙ୍କୁ ଆବାହନ କରାଯାଉଛି । ଘଣ୍ଟଘଣ୍ଟା, ଶଙ୍ଖ ଓ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂଜା ମଣ୍ଡପ । ଦୁର୍ଗତୀ ନାଶିନୀଙ୍କ ଦର୍ଶନ ପାଇଁ ସଂଧ୍ୟା ହେଲେ ମଣ୍ଡପରେ ଲାଗୁଛି ପ୍ରବଳ ଗହଳି । ନବରଙ୍ଗପୁର ଜିଲ୍ଲାରେ ଆକର୍ଷଣ ସାଜିଛି ପାପଡ଼ାହାଣ୍ଡି ଦୁର୍ଗାପୂଜା । ଏଠି ୨ଟି ସ୍ଥାନରେ ପୂଜା ହେଉଥିବା ବେଳେ, ପୂଜାକୁ ପୁରିଛି ୨୫ ବର୍ଷ । ଏହି ଅବସରରେ ଅଯୋଧ୍ୟାର ରାମ ମନ୍ଦିର ଆକୃତିର ମଣ୍ଡପ କରାଯାଇଛି । ଯାହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।
ଭଦ୍ରକର ବହୁ ପୁରାତନ ଜାନୁଗଞ୍ଜ ପୂଜା ମଣ୍ଡପରେ ବେଶ ଧୂମଧାମରେ ମାଆଙ୍କ ପୂଜାର୍ଚନା କରାଯାଉଛି । ଆଜି ମାଙ୍କ ମହାନବମୀ ପୂଜା ଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା ମଣ୍ଡପରେ । ମାଙ୍କ ପାଖରେ ହୋମଯଜ୍ଞ ସହ ପୂଜା ପାଠ କରାଯାଉଛି । ଏହି ପୂଜା କମିଟିର ବିଶେଷ ଆକର୍ଷଣ ହେଉଛି ରାବଣ ପୋଡି ଉତ୍ସବ । ସାଳନ୍ଦୀ ନଦୀ କୂଳରେ ଏହି ରାବଣ ପୋଡି ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ମାନଙ୍କ ସମାଗମ ହୋଇଥାଏ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ସାତଭାୟାରେ ମହା ଆଡ଼ମ୍ବରରେ ମହା ନବମୀ ପୂଜା ହେଉଛି । ୧୧ ବର୍ଷ ଧରି ଏଠି ମାଆ ପୂଜା ପାଇ ଆସୁଛନ୍ତି । ଦିନେ ଏଠି ଚୋରି ଡକାୟତି ଲୁଟପାଟ୍ ସହ ମାଓବାଦୀଙ୍କ ଉପଦ୍ରବ ଥିଲା । ହେଲେ ମାଆଙ୍କ ପୂଜାର୍ଚ୍ଚନା ପରେ ଲୋକେ ନିର୍ଭୟରେ ଏଠି ବସବାସ କରୁଛନ୍ତି ।
କଳାହାଣ୍ଡି ନର୍ଲା ରୋଡ଼ ଦୁର୍ଗା ପୀଠ ସମେତ ନର୍ଲାର ବିଭିନ୍ନ ସ୍ଥାନରେ ନବରାତ୍ର ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି । ଚଳିତ ବର୍ଷ ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ଏଠି 52 ବର୍ଷରେ ପଦାର୍ପଣ କରିଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ଆଳତୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ପୂର୍ବରୁ ମାଆଙ୍କ ମୂର୍ତ୍ତି ପୂଜା ହେଉଥିଲା ଗତ ଦୁଇ ବର୍ଷ ହେଲାଣି ମନ୍ଦିର ନିର୍ମାଣ ହୋଇ ପୀଠରେ ପୂଜା ପାଉଛନ୍ତି l ସେପଟେ ଉପାନ୍ତ ନୂଆପଡ଼ା ବୋଡେନରେ ଜମୁଛି ଦୁର୍ଗାପୂଜା । କେଦାରନାଥ ମନ୍ଦିର ସଦୃଶ୍ୟ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା l ଯେଉଁଠି ପ୍ରତିଦିନ ଦୁର୍ଗମ ବାସୀଙ୍କ ଜମୁଛି ଭିଡ଼ । ଆକର୍ଷଣୀୟ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ଉପାନ୍ତ ବୋଡେନ l ପ୍ରତିଦିନ ସାଂସ୍କୃତିକ ସନ୍ଧ୍ୟାରେ ଜମୁଛି ଉପାନ୍ତ ବାସୀଙ୍କ ଭିଡ଼ l
ଗଞ୍ଜାମ ଜିଲ୍ଲା ମାଣ୍ଡିଆପୁଲ୍ଲୀ ଠାରେ ଗୁପ୍ତା ସମାଜ ପକ୍ଷରୁ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ଦିନ ଏଠାରେ ମାଁଙ୍କ ପୂଜା ନୀତିକାନ୍ତି ସହିତ ଅନୁଷ୍ଠିତ ହେଉଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନ ମଧ୍ୟ ଅନୁଷ୍ଠିତ ହେଉଛି l
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଇରାନରେ ବଡ ସାଇବର୍ ଆଟାକ୍ । ଶନିବାର ଇରାନ୍ ର ନିଉକ୍ଲିଅର୍ ସାଇଟ ସହିତ ଆହୁରି ଅନେକ ପ୍ରତିଷ୍ଠାନ ଉପରେ ସାଇବର୍ ଆଟାକ୍ ହୋଇଛି ।ଏହି ଆଟାକ୍ ପରେ ଇରାନ ର ସମସ୍ତ ସରକାରୀ ଏଜେନ୍ସିର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ବିବାଦ ଅଧିକ ରୁ ଅଧିକ ଘନିଭୁତ ହେଉଥିବା ବେଳେ ଇରାନ୍ ଉପରେ ଏପରି ସାଇବର୍ ଆଟାକ୍ ଇସ୍ରାଏଲ୍ ର ପ୍ଲାନ ବୋଲି କୁହାଜାଇଛି ।
ଅଧିକ ପଢନ୍ତୁ : ମଧ୍ୟପ୍ରାଚ୍ୟ ଯୁଦ୍ଧ : ଋଷିଆ ଶରଣ ପଶିଲା କି ଇରାନ ?
ସାଇବର୍ ଆଟାକ୍ ରେ ଇରାନ ର ପରମାଣୁ କେନ୍ଦ୍ରର କାଯ୍ୟାଳୟ ଉପରେ ଇସ୍ରାଏଲ୍ ଆଟାକ୍ କରିବା ପରେ ଇରାନ୍ ପାଇଁ ଚିନ୍ତା ବଢିଛି । ଅକ୍ଟୋବର ୧ ରେ ଇସ୍ରାଏଲ ଉପରେ ଇରାନର ନିସାଇଲ୍ ଆଟାକ୍ ପରେ ଇସ୍ରାଏଲ୍ ଏହାର ପ୍ରତିଶୋଧ ନେବା ପାଇଁ ପ୍ରସ୍ତୁତି କରୁଥିଲା । ତେବେ ଏହି ସାଇବର ଆଟାକ୍ ଏହାତ ଫାଷ୍ଟ ସ୍ଟେପ୍ ବୋଲି କୁହାଯାଉଛି ।