ଗଜପତି : ଗଜପତି ଜିଲ୍ଲାକୁ ଲେଉଟିଛି କରୋନା। ଗତ ଦୁଇ ଦିନରେ ୩୧ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସେମାନଙ୍କ ମଧ୍ୟରୁ ୨୭ ଜଣ ଶିକ୍ଷକ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦିପ କୁମାର ପାତ୍ର ସୂଚନା ଦେଇଛନ୍ତି । ସ୍କୁଲ ଖୋଲାଯାଇଥିବାରୁ ବାଧ୍ୟତାମୂଳକ ହୋଇଥିଲା କୋରନା ପରୀକ୍ଷା । ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଦେଇଛି ଜିଲ୍ଲା ପ୍ରଶାସନ ।
ସରକାରଙ୍କ ଏସଓପି ପରେ ବିଦ୍ୟାଳୟ ଖୋଲିବା ପାଇଁ ଗଜପତି ଜିଲ୍ଲାରେ ଶିକ୍ଷକମାନେ କୋଭିଡ ଟେଷ୍ଟ କରିଥିଲେ। ତେବେ ସବୁଠି ଚିନ୍ତାଜନକ ବିଷୟ ଏହିକି ଯେ ଜିଲ୍ଲାରେ ଏକାଥରକେ ୨୭ ଜଣ ଶିକ୍ଷକ ଓ ୨ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶିକ୍ଷକଙ୍କ ମଧ୍ୟରୁ ୨୧ ଜଣ କେବଳ ମୋହନା ବ୍ଲକ୍ର। ଆକ୍ରାନ୍ତଙ୍କୁ ମୋହନା ବ୍ଲକ୍ କାଳିଆପଟା କୋଭିଡ୍ କେୟାର୍ ସେଣ୍ଟର୍ ଓ ପାରଳାଖେମୁଣ୍ଡିସ୍ଥିତ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।