ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶ କୋରୋନା ଲଢେଇ ଲଢ଼ୁଥିବା ବେଳେ ଅନ୍ୟପଟେ ଦେଶର ସୁରକ୍ଷା ପାଇଁ ସହିଦ ହୋଇଛନ୍ତି ଯବାନ। ଗତକାଲି ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲା ସୋପୋରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ 3 ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ଆଜି ସେମାନଙ୍କୁ ସେନା ପକ୍ଷରୁ ରାଷ୍ଟ୍ରୀୟ ସମ୍ମନ ଦିଆଯାଇଛି।
ଲକ୍ଡାଉନ୍ ଥିବା ସତ୍ତ୍ୱେ ସହିଦ ମାନଙ୍କ ଶରୀରକୁ ତାଙ୍କ ପରିବାର ବର୍ଗଙ୍କ ପାଖରେ ପଞ୍ଚାଇବାକୁ ସବୁପ୍ରକାର ବ୍ୟବସ୍ଥା କରିଛି ସେନା। ତେବେ ଆହତ ହୋଇଥିବା ଦୁଇ ସୁରକ୍ଷା କର୍ମୀଙ୍କ ସ୍ଥିତି ଏବେ ଭଲ ରହିଛି। ଖୁବଶୀଘ୍ର ସେମାନେ ପୁରା ଭଲ ହୋଇଯିବେ ବୋଲି ସେନା ପକ୍ଷରୁ କୁହାଯାଇଛି।
ଆତଙ୍କବାଦୀମାନେ ସୋପୋରରେ ଥିବା ସିଆରପିଏଫ ଏବଂ ପୋଲିସର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।
ସହିଦ ହୋଇଥିବା ତିନି ଜଣ ସିଆରପିଏଫ ଯବାନ ହେଲେ ରାଜୀବ ଶର୍ମା (42) ବିହାରର ବୈଶାଳୀ ଜିଲ୍ଲାର ଥିବାବେଳେ ମହାରାଷ୍ଟ୍ରର ବାଲଡାନା ଜିଲ୍ଲାର ସିବି ଭାକେର ( 38 ବର୍ଷ) ଏବଂ ଗୁଜୁରାଟର ସାବରକାନ୍ତ ଜିଲ୍ଲାର ପାରମାର ସତ୍ୟପାଲ ସିଂ (28 ବର୍ଷ) ସାମିଲ ଅଛନ୍ତି ।
