କଟକ ଅଞ୍ଚଳରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଏନେଇ ଗୁଇନ୍ଦା ସୂଚନା ପାଇଥିଲା କଟକ ଲାଲବାଗ ଥାନା ପୋଲିସ । ମିଳିଥିବା ସୂଚନା ଆଧାରରେ ଚଢାଉ କରିଥିଲା ପୋଲିସ ।ଯଦି ଏଥିରେ ଆଉ କିଏ ସାମିଲ ଥିବା , ତେବେ ଖୁବଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଚାଲିଥିଲା ବନ୍ଧୁକ ଡିଲ୍, ଚଢ଼ାଉ କଲା ପୋଲିସ

ଅର୍ଗସ ବ୍ୟୁରୋ: ବନ୍ଧୁକ ଡିଲ୍ ବେଳେ ବେପାରୀଙ୍କୁ ମାଡି ବସିଲା ପୋଲିସ । ୩ଟି ବନ୍ଧୁକ ସହ ୧୫ ରାଉଣ୍ଡ ଗୁଳି ଜବତ । ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ଲାଲବାଗ ଥାନା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର ।ଡିଲ୍ ବେଳେ ଲାଲବାଗ ଥାନା ପୋଲିସର ଚଢାଉ । ଏହାସହ ତିନୋଟି ବାଇକ୍ ମଧ୍ୟ ସିଜ୍ କରିଛି ଲାଲବାଗ ଥାନା ପୋଲିସ ।
Download Argus News App
