ତେବେ ଘଟଣାର ତଦନ୍ତ ପରେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା। ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ ହୋଇଥିବା ବେଳେ ପୋଲିସ ଡିଆନାଳୀ ଗାଁରୁ ୩ଜଣଙ୍କୁ ଗିରଫ କରିଛି। ଗତ ଡିସେମ୍ବର ୧୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଅଭିଯୁକ୍ତମାନେ ଭରତଙ୍କୁ ହତ୍ୟା କରିବା ପରେ ଏକ ଅଖାରେ ପୂରାଇ ବୈତରଣୀ ନଦୀରେ ଫିଙ୍ଗି ଦେଇଥିଲେ। ତେବେ ନଦୀର ଏରେଣ୍ଡେଇ ନିକଟରୁ ଏହି ମୃତଦେହ ଉଦ୍ଧାର କରାଯାଇଥିଲା।