ସୂଚନା ଅନୁସାରେ ସତ୍ୟାନନ୍ଦ ନିଜ ଘରେ ଗଞ୍ଜେଇ ରଖି ବ୍ୟବସାୟ କରୁଥିଲା । ଏନେଇ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ସନ୍ଧାନ ଜାରି ରଖିଥିଲା। ଆଜି ସକାଳୁ ଅବକାରୀ ବିଭାଗ ଏକ ଟିମ ଚଢାଉ କରି ଗଞ୍ଜେଇକୁ ଜବତ କରିଛି ।
ଘରେ ସବୁଜ ଜହର ରଖି ଚାଲିଥିଲା କାରବାର, ଜଣେ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଭୂବନ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଘଟଣାରେ ଜଣଙ୍କୁ ଗିରଫ କରିଛି କାମାକ୍ଷାନଗର ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଭୁବନ ଥାନା ନୂଆ ଭୁବନର ସତ୍ୟାନନ୍ଦ ସାହୁ । 62 କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି କହିଛି ଅବକାରୀ ବିଭାଗ ।
ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ

ମୟୂରଭଞ୍ଜ: ସଡକ ଦୁର୍ଘଟଣାରେ ଆଖି ବୁଜିଲେ ରାଇରଙ୍ଗପୁର SDJM ସ୍ମରଣିକା ପ୍ରଧାନ । ଆଜି ଅପରାହ୍ନ ସମୟରେ କାର ଯୋଗେ sdjm ଏବଂ ତାଙ୍କ ସ୍ବାମୀ ଘରକୁ ଫେରୁଥିଲେ । ଯଶିପୁର ଥାନା ଅନ୍ତର୍ଗତ ଚାଇଁ ନେବଦା ନିକଟରେ ସେ ଆସୁଥିବା କାର୍ ଟି ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଭାବରେ ଓଲଟି ପଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍
Download Argus News App
