ଠିକ୍ ୧୫ ମିନିଟ ପରେ ଉଭୟ ବାପା ଗୋବିନ୍ଦ ପାତ୍ର ଏବଂ ତାଙ୍କର ଧର୍ମପତ୍ନୀ ରୁନୁବାଳା ପାତ୍ରଙ୍କର ବାନ୍ତି ହେବା ସହ ଦୁହେଁ ଅଚେତ ହୋଇ ପଡିଥିଲେ । ପରିବାରର ୪ ଜଣଙ୍କୁ ପ୍ରଥମେ କଟକ ସିଟି ହସ୍ପିଟାଲ ଏବଂ ପରେ କଟକ ଜଗତପୁରର ସଦଗୁରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ସକାଳ ପ୍ରାୟ ୯ଟା ସମୟରେ ଝିଅ ରୁଚିକା ପାତ୍ର ଏବଂ ଦିନ ୧୧ଟା ବେଳେ ପୁଅ ରୁଦ୍ର ପାତ୍ରଙ୍କର ମୃତ୍ୟୁ ହୋଇଥିଲା । ଆଜି ମାଆ ରୁନୁବାଳା ପାତ୍ରଙ୍କର ମୃତ୍ୟୁ ହୋଇଛି ।
ଗତକାଲି ବ୍ଲକ ଫୁଡ୍ ସେଫ୍ଟି ଅଫିସରଙ୍କ ଦ୍ୱାରା ଖାଦ୍ୟର ମାନ ଯାଞ୍ଚ କରାଯାଇଥିଲା । ଆଜି କଟକର ଏକ ଟିମ ଆସି ଖାଦ୍ୟ ପଦାର୍ଥକୁ ଯାଞ୍ଚ କରିବ ବୋଲି ସୂଚନା ମିଳିଛି । ପରିବାରର ୩ଜଣଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।