ହଠାତ ଘରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ l ଏଥିସହିତ ସମସ୍ତ ଲୋକ ଧାଇଁ ଆସି ପଡ଼ିଶା ଲୋକଙ୍କ ସହାୟତାରେ ନିଆଁକୁ ଲିଭେଇବାକୁ ଚେଷ୍ଟା କରିଥିଲେ l ମାତ୍ର ନିଆଁକୁ ଆୟତ୍ତ ଆଣିବାକୁ ଅସମ୍ଭବ ହେଇ ପଡିଥିଲା l ଏଥିସହିତ ତୁରନ୍ତ ଯାଜପୁର ରୋଡ ଅଗ୍ନିଶମ ବିଭାଗକୁ ଫୋନ କଲ କରି ଡାକିଥିଲେ l ତେବେ ଫୋନ କଲ ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ତୁରନ୍ତ ସାପଗଡିଆ ସ୍କୁଲ ନିକଟରେ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିଥିଲେ l ସେପଟେ ଏହି ଅଗ୍ନିକାଣ୍ଡ ଫଳରେ 3ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ଆସବାପତ୍ର ପୋଡି ପାଉଁଶ ହେଇଯାଇଥିବା ସୂଚନା ମିଳିଛି l ସେପଟେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଠ ହେଇନାହିଁ l
ଅଧିକ ପଢ଼ନ୍ତୁ ଓଡିଶା ଖବର: