ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ସ୍ବତନ୍ତ୍ର ହସ୍ତତନ୍ତ ମେଳା
ଆର୍ଥିକ ଅନିୟମିତତା ଅଭିଯୋଗରେ ୩ ସରପଞ୍ଚ ନିଲମ୍ବିତ

ଭୁବନେଶ୍ୱର: ରାଜ୍ୟ ସରକାର ତିନି ଜଣ ସରପଞ୍ଚଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସୁଲଣା ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଅଲିଭା ପଲେଇ, ବରଗଡ ବ୍ଲକ୍ କଳାପାଣି ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ କେ.ଭି.ରେଡ୍ଡୀ ଏବଂ ଭଦ୍ରକ ବ୍ଲକ୍ ବେତେରା ଗ୍ରାମପଞ୍ଚାୟତର ସରପଞ୍ଚ ବିମ୍ବାଧର ଦାସଙ୍କୁ ନିଲମ୍ବନ କରାଯଇଛି ।
ଆର୍ଥିକ ଅନିୟମିତତା ଓ ଦୀର୍ଘ ଅନୁପସ୍ଥିତ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
Download Argus News App
