
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଆଳତୁମା ଗ୍ରାମ ସ୍ଥିତ ଦଧିବାମନ ଜିଉ ପ୍ରାଥମିକ ବିଦ୍ୟାଳୟରେ ବିଷାକ୍ତ ଫଳ ଖାଇ ୩ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ବିଦ୍ୟାଳୟ ନିକଟରେ ଥିବା ମନ୍ଦୁରୀ ଗଛର ଫଳକୁ କୋଳି ଭାବି ତୃତୀୟ ଶ୍ରେଣୀର ୩ ଜଣ ଛାତ୍ରଛାତ୍ରୀ ଖାଇ ଦେଇଥିଲେ ।
କିଛି ସମୟ ପରେ ବିଦ୍ୟାଳୟରେ ସେମାନେ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ତୁରନ୍ତ ସେମାନଙ୍କୁ ଚିକିତ୍ସା କରାଯିବା ସହ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।
୩ ଅସୁସ୍ଥ ଛାତ୍ରଛାତ୍ରୀ ହେଲେ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଅଂଶୁମାନ ପ୍ରଧାନ, ଲିକୁନ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ସାହୁ । ଏ ନେଇ କିଛି ସମୟ ପାଇଁ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।
