ସେଠାରେ ଏକ ଜଳଛତ୍ର କେନ୍ଦ୍ରର ମାଠିଆ ପାଣି ଭିତରେ କେହି ଦୁର୍ବୃତ୍ତ ବିଷ ମିଶାଇ ଦେବା ଯୋଗୁ ସେହି ପାଣି ପିଇ ଜଣେ ନାବାଳିକାଙ୍କ ସମେତ ୩ ଜଣ ଅସୁସ୍ଥ ହୋଇପଡିଥିଲେ । ଅସୁସ୍ଥ ମାନଙ୍କୁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର୍ରରେ ଭର୍ତ୍ତି କରାଯାଇଛି । ପାଣି ପିଇଥିବା ବ୍ୟକ୍ତି ମାନଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇ ଦୁର୍ବଳ ଲଗିଥିଲା । କିଛି ଦିନ ପୂର୍ବରୁ ଗ୍ରାମବାସୀ ଓ ପଞ୍ଚାୟତ ଉଦ୍ୟମରେ ଗାଁ ମୁଖ୍ୟ ଛକରେ ଗୋଟିଏ ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା l
ଜଳଛତ୍ର କେନ୍ଦ୍ରର ରକ୍ଷଣାବେକ୍ଷଣା ପାଇଁ ଗାଁର ଜଣେ ମହିଳାଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଗତକାଲି ମହିଳା ଜଣଙ୍କ ସେଠାରେ ଅନୁପସ୍ଥିତ ଥିବା ବେଳେ କେହି ଜଳଛତ୍ର କେନ୍ଦ୍ରରେ ଥିବା ମାଠିଆ ପାଣିରେ ବିଷ ମିଶି ଦେଇଥିଲା । ତେବେ ପାଣି ପରୀକ୍ଷାରୁ ଜଣାପଡ଼ିଛି, ଚାଷରେ ବ୍ୟବହୃତ କୀଟନାଶକ ଏହି ପାଣି ମିଶାଯାଇଛି ବୋଲି ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...