ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ବରଗଡ଼ରେ ବିପୁଳ ପରିମାଣରେ କୋରେକ୍ସ ସହ ଦୁଇଟି ପିକଅପ ଗାଡିକୁ ଜବତ କଲା ଟାଉନ ପୋଲିସ । ଏହି ଦୁଇଟି ପିକଅପ ଗାଡିରେ ଟମାଟୋ ସସ ଓ ଆଚାର ସହ ବ୍ୟାପାକ ପରିମାଣରେ ବେଆଇନ ଭାବେ କୋରେକ୍ସ ଚାଲଣ କରାଯାଉଥିଲା । ପୋଲିସ ଖବର ପାଇ ଦୁଇ ପିକଅପ ଗାଡିକୁ ଅଟକାଇଥିଲେ । ଗାଡିରୁ ବିପୁଳ ପରିମାଣର ବେଆଇନ କୋରେକ୍ସ ଜବତ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନାମ ବାବୁଲା ଭତରା , ବୟସ ୮ ବର୍ଷ , ଜନ୍ମ ରୁ ଭିନ୍ନକ୍ଷମ , ପିତା ମାତା ଦିନ ମଜୁରିଆ , କୁଲି ମଜୁରୀ କଲେ ପରିବାର ପ୍ରତିପୋଷଣ ହୁଏ । ଏମିତିରେ ପୁଅ ଭିନ୍ନକ୍ଷମ ଥିବାରୁ ପରିବାର ଲୋକେ ଚିନ୍ତା ରେ , ବାରମ୍ବାର ୱାର୍ଡ ମେମ୍ବର , ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଦିବ୍ୟାଙ୍ଗ ଭତ୍ତା ପାଇଁ ଆବେଦନ ଉପରେ ଆବେଦନ କରିଥିଲେ ମଧ୍ୟ ୮ ବର୍ଷ ହେଇଗଲା ମିଳୁନି ଭତ୍ତା । ଠିକ୍ ସେ କଥା କହିପାରୁନି ବାବୁଲା , ମାଟି ରେ ଘୋଷାଡି ଘୋଷାଡି ବୁଲୁଥିବା ବେଳେ କେମିତି କାହାର ଦୃଷ୍ଟି ପଡୁନି ଦିବ୍ୟାଙ୍ଗ ଶିଶୁ ଉପରେ ତାହା ବଡ ପ୍ରଶ୍ନ । ।
ଜିଲ୍ଲାରେ ଏମିତି ଅନେକ ଭିନ୍ନକ୍ଷମ ଅଛନ୍ତି ଆଜିବି ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । ବାବୁଲା ଙ୍କ ପିତା ଙ୍କୁ ଆବାସ ଗୃହ ସ୍ଵପ୍ନ ପାଲଟିଛି । ବାରମ୍ବାର ଲିଖିତ ଅନୁରୋଧ କରିବା ପରେ ମଧ୍ୟ ଘର ଖଣ୍ଡେ ପାଇବାରୁ ବଞ୍ଚିତ , ଚାଳଛପର ଘରେ ଦିନ କରୁଛନ୍ତି । ଆବାସ ଗୃହ ପାଇଁ ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ରେ ଗୁହାରି କରିଥିଲେ ମଧ୍ୟ ମିଳୁ ନାହିଁ ଗୃହ । ଏହି ଖବର ପ୍ରସାରଣ ପରେ ଦିବ୍ୟାଙ୍ଗ ବାବୁଲା ଙ୍କୁ ଓ ତାଙ୍କ ପରିବାରକୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ କି ପ୍ରକାର ସହାୟତା ଯୋଗାଇଦେବେ ତାକୁ ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାୟଗଡ଼ା ଜିଲା ଗୁଡାରୀ ରେ 1998 ମସିହା ରେ ସ୍ଥାପନ ହୋଇ ଥିଲା ଯୁକ୍ତ ତିନି ସ୍ନାତକ ମହା ବିଦ୍ୟାଳୟ l ଗୁଡାରୀ ଏବଂ ଚନ୍ଦ୍ରପୁର ପାଇଁ ଗୋଟିଏ ମାତ୍ର ଡିଗ୍ରୀ କଲେଜ l ଏହି ମହାବିଦ୍ୟାଳୟରେ 300 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ 5 ଗୋଟି ଶ୍ରେଣୀ କକ୍ଷ ରେ କରୁଥିଲାବେଳେ 5 ଜଣ ଅଧ୍ୟାପକ ଅଛନ୍ତି l ଡିସେମ୍ବର ରେ ପିଲାଙ୍କ ପରୀକ୍ଷା ଥିବା ବେଳେ ପୂର୍ବରୁ ପିଲାଙ୍କ କୌଣସି ବିକଳ୍ପ ଶ୍ରେଣୀ ଗୃହ ର ବ୍ୟବସ୍ଥା ନ କରାଯାଇ ପୁରୁଣା ଶ୍ରେଣୀଗୃହ କୁ ମରାମତି କରିବା ପାଇଁ ଭାଙ୍ଗି ଦିଆଯାଇଛି l କଲେଜ ଉନ୍ନୟନ ପାଇଁ 2023 - 24 ଆର୍ଥିକ ବର୍ଷ ରେ ମୁଖ୍ୟମନ୍ତ୍ର ଙ୍କ ସ୍ଵତନ୍ତ୍ର ସହାୟତା ଯୋଜନାରେ 25 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି l କଥା ଦେଇଥିଲେ ଏକ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରି ନୂଆ ଶ୍ରେଣୀଗୃହ ହସ୍ତାନ୍ତର କରିବାକୁ l କିନ୍ତୁ ପ୍ରତିଶ୍ରୁତି କେବଳ ପାଣିର ଗାର ଭଳି ହେଲା l
ସେପ୍ଟେମ୍ବରରୁ ମହା ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ସମସ୍ତ ଶ୍ରେଣୀଗୃହ ଭାଙ୍ଗିଦିଆ ଯାଇ ଆଜି ଯାଏ କୌଣସି ପ୍ରକାର ସୁବିଧା ନ କରାଯାଇଥିବାରୁ ଛାତ୍ର ଛାତ୍ରୀ ମାନେ ବହୁତ୍ ଅସୁବିଧା ର୍ ସମୂଖୀନ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ l ଅଭିଭାବକ ମାନେ ଉନ୍ନୟନ କାମ କୁ ସ୍ଵାଗତ କରିଥିଲେ ମଧ୍ଛାୟ ଛେତ୍ଛାରତ୍ରୀଙ୍କ ପ୍ରତି ଏପରି ଅବହେଳା କୁ ନାପସନ୍ଦ କରିଛନ୍ତି l ଛାତ୍ର ଛାତ୍ରୀଙ୍କ ଉଜଳ୍ୱମୟ ଭବିଷ୍ୟତ ପାଇଁ ଶୈକ୍ଷିକ ବାତାବରଣ ର୍ ଉନ୍ନୟନ ନିହାତି ଆବଶ୍ୟକ l ଶିକ୍ଷାର ବ୍ୟବସ୍ତା ସଜାଡ଼ିବା ଦିଗରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଏହି କୋଲେଜଟି ପ୍ରସାସନ ଆଡୁଆଳରେ ରହିଯାଇଛି।କେବେ ପଡିବ ସରକାରଙ୍କ ଦ୍ରୁଷ୍ଟି ତାହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: