ଭୁବନେଶ୍ୱରରେ ୧୦ ମିଟର ତଳକୁ ଜଳ ନିମ୍ନଗାମୀ ହୋଇଛି । ଏଠି ପଥୁରିଆ ଜମି ସାଙ୍ଗକୁ ଜଳର ବ୍ୟବହାର ବହୁତ ବଢ଼ିଛି । ଭୂତଳ ଜଳ ଉପରେ ଆମର ୬୦ ଭାଗ ଚାଷ ନିର୍ଭର କରେ । ଭୂତଳ ଜଳସ୍ତର ଉପରେ ରବି ଋତୁର ଫସଲ ନିର୍ଭର କରେ । ଡାଲି ଜାତୀୟ ଫସଲ ଓ ଗହମ ଉତ୍ପାଦନ ଆଦି ପ୍ରଭାବିତ ହେବ ।
ଏହି ଭଳି ଜଳସ୍ତର କମିଲେ ଗୋଟିଏ ମଣିଷ ପିଛା ଦୈନିକ ଆବଶ୍ୟକ ହେଉଥିବା ୩୫୦ ଲିଟର ପାଣି ମିଳିବା କଷ୍ଟକର ହୋଇଯିବ । ବର୍ତ୍ତମାନ ସଚେତନ ନ ହେଲେ ଆଗକୁ ଜଳ ସଙ୍କଟ ଉତ୍କଟ ରୂପ ନେବ । ୨୧ ରୁ ୨୨ ପ୍ରାକୃତିକ ସ୍ରୋତ ଥିବା ଗଙ୍ଗବତି ନଦୀ ଗଙ୍ଗୁଆ ନାଳରେ ପରିଣତ ହେବା ଏହାର ଉଦାହରଣ । ସେହିପରି 2025ରେ ଭାରତ ହେବ ୱାଟର ଷ୍ଟ୍ରେସ ଦେଶ । 2050 ସୁଦ୍ଧା ନ ମିଳିପାରେ ବ୍ୟବହାର ଉପଯୋଗୀ ଜଳ ବୋଲି କହିଛନ୍ତି ପରିବେଶ ବିତ୍ ।
ଚଳିତ ବର୍ଷ ଆଇସିଏଆର୍ ରେ ୩୦ ତମ ବିଶ୍ଵ ଜଳ ଦିବସ ପାଳନ କରାଯାଇଛି । ଏଥର ଥିମ ରଖାଯାଇଛି ଜଳ ଓ ପରିମଳ ସମସ୍ୟା ସମାଧାନ ପାଇଁ ପରିବର୍ତ୍ତନର ତ୍ୱରାନ୍ୱିତ ଆହ୍ବାନ ।
ଆହୁରି ପଢନ୍ତୁ ଓଡିଶା ଖବର...