ଭୁବନେଶ୍ବର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ମଧ୍ୟରେ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୮୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସେହିପରି ରାଜ୍ୟରେ କରୋନା ସଂକ୍ରମଣର ହାର ଦିନକୁ ଦିନ ଖସିବା ଟ୍ରେଣ୍ଡ୍ ଜାରି ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୪୦୮ କରୋନା ପଜିଟିଭ୍ । କ୍ୱାରେନଣ୍ଟାଇନରୁ ୧୯୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୬୫ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୪୭୦ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଖୁସି ଖବର । ଦ୍ବିତୀୟ କ୍ବାର୍ଟରରେ ଅଭିବୃଦ୍ଧି ହାର ବହୁତ ଭଲ ରହିଛି । ଯାହାକି ବିଶ୍ବର ସର୍ବୋଚ୍ଚ । ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାର ଏହି ଗତିକୁ ନିରନ୍ତର ବଜାୟ ରଖାଯାଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଅର୍ଥମନ୍ତ୍ରୀ ।
ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜିଡିପି ଅଭିବୃଦ୍ଧି 7.6 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ପୋଗ୍ରାମ ଏବଂ ଅନ୍ୟ ଯୋଜନା ପାଇଁ ଦେଶରେ ଉତ୍ପାଦନ ବଢ଼ିଛି । ଦେଶ ଅର୍ଥନୀତିରେ ଏହି ଉତ୍ପାଦନର ଯୋଗଦାନ ୧୩.୯ ପ୍ରତିଶତ ଥିବା ସେ କହିଛନ୍ତି । ସେପଟେ 2026 ସୁଦ୍ଧା ଦେଶର ଜିଡିପିରେ ଡିଜିଟାଲ ଇକୋନୋମିର 20 ପ୍ରତିଶତ ଅବଦାନ ରହିବ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଟିଏମସି ସାଂସଦ ମହୁଆ ମୈତ୍ର ଲାଞ୍ଚ ମାମଲାରେ ଲୋକସଭାର ସଦାଚାର ବା ଏଥିକ୍ସ କମିଟି ରିପୋର୍ଟ ଆଜି ଆଗତ ହେବାର ସମ୍ଭାବନା ରହିଛି। ରିପୋର୍ଟ ଉପସ୍ଥାପନ ହେବା ପରେ କମିଟିର ସୁପାରିସ ଆଧାରରେ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ପାଇଁ ପ୍ରସ୍ତାବ ଅଣାଯିବ। ବିରୋଧୀ ଏହି ରିପୋର୍ଟ ଉପରେ ବିଭାଜନ ଦାବି କରିପାରନ୍ତି, ତେଣୁ ଆଜି ଗୃହରେ ରହିବାକୁ ବିଜେପି ନିଜ ସାଂସଦମାନଙ୍କୁ ହ୍ୱିପ୍ ଜାରି କରିଛି। ମହୁଆ ମୈତ୍ରଙ୍କ ବହିଷ୍କାର ସମ୍ପର୍କିତ ଏଥିକ୍ସ କମିଟିର ରିପୋର୍ଟ ଡିସେମ୍ବର ୫ରେ ଲୋକସଭାରେ ଉପସ୍ଥାପିତ ହେବାର ଥିଲା। ମହୁଆ ପ୍ରସଙ୍ଗରେ ଗୃହକାର୍ଯ୍ୟ ଚାଲିଥିବା ବେଳେ ପ୍ରବଳ ହଙ୍ଗାମା ହୋଇଥିଲା। ମହୁଆ ମୈତ୍ର ପ୍ରସଙ୍ଗରେ ଗତକାଲି ମଧ୍ୟ ଲୋକସଭାରେ ଜୋରଦାର ହଙ୍ଗାମା ହୋଇଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ 3ଟି ରାଜ୍ୟରେ ଜିତିଥିବା ବିଜେପି, ମୁଖ୍ୟମନ୍ତ୍ରୀ ବାଛିବାକୁ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଆଜି ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବ ବିଜେପି। ଏହାର ଅର୍ଥ 3 ରାଜ୍ୟ ପାଇଁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାକୁ ଯାଉଛି। ମଧ୍ୟପ୍ରଦେଶରେ କ୍ଷମତା ବଜାୟ ରଖିଛି ବିଜେପି। ସେହିପରି ରାଜସ୍ଥାନ ଏବଂ ଛତିଶଗଡ଼ରେ କଂଗ୍ରେସ ସରକାରକୁ ଗାଦିଚ୍ୟୁତ କରି କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି।
ଅଧିକ ପଢ଼ନ୍ତୁ ଦେଶ ଖବର: