ଭୁବନେଶ୍ୱର: ଆଜି ରାଜ୍ୟରେ ୩୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୮,୭୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜି ସର୍ବାଧିକ ୧୦୬ ଜଣ ଗଞ୍ଜାମରୁ ସୁସ୍ଥ ହୋଇଛନ୍ତି । କଟକ ୭୬, ମୟୂରଭଞ୍ଜ ୩୮, ସୁନ୍ଦରଗଡ଼ ୩୮, ଯାଜପୁର ୨୫, ନବରଙ୍ଗପୁର ୨୪, ସମ୍ବଲପୁର ୨୨, ଖୋର୍ଦ୍ଧା ୧୫, ବାଲେଶ୍ୱର ୯, ବରଗଡ଼ ୬, ଅନୁଗୁଳ, କଳାହାଣ୍ଡି ଓ କେନ୍ଦ୍ରପଡ଼ା ୫, ଜଗତସିଂହପୁର, କୋରାପୁଟ ୪, ଭଦ୍ରକ, ବୌଦ୍ଧ ଓ କେନ୍ଦୁଝର ୩, ନୟାଗଡ଼ ଓ ପୁରୀରୁ ୨ଜଣ ଲେଖାଁଏ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
5 each from Angul, Kalahandi & Kendrapara 4 each from Jagatsingpur & Koraput 3 each from Bhadrak, Boudh & Keonjhar 2 each from Nayagarh & Puri The total recovered case of Odisha now stand at 8750.
— H & FW Dept Odisha (@HFWOdisha) July 12, 2020
ଅନ୍ୟପଟେ ଆଜି ରାଜ୍ୟରେ ୨୧ ଜିଲ୍ଲାରୁ ୫୯୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୯୪ କ୍ୱାରେଣ୍ଟାଇନ୍ ମାମଲା ଥିବା ବେଳେ ୨୦୧ ସ୍ଥାନୀୟ ସଂକ୍ରମିତ ବୋଲି ସୂଚନା ଦେଇଥିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ।
ଅର୍ଗସ ବ୍ୟୁରୋ : କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକର ଅଣଓଡ଼ିଆ ଠିକାଦାର ଓଡିଶାରେ କାମ କରି ମାଲେମାଲ । ଅନ୍ୟପଟେ ଓଡ଼ିଆ ଠିକାଦାରଙ୍କ ସ୍ଥିତି ବେହାଲ । ଓଡିଶାରେ ଯେକୌଣସି ପ୍ରକଳ୍ପ କାମ ରାଜ୍ୟ ବାହାରର କମ୍ପାନୀକୁ ଦିଆଯାଉଥିବାରୁ ରାଜ୍ୟର ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି । ବର୍ତ୍ତମାନ ଓଡିଶାରେ କ୍ଷମତାରେ ଥିବା ଅନେକ ଅଫିସର ରାଜ୍ୟ ବାହାରର ହୋଇଥିବାରୁ ସମସ୍ତ କାମ ଅଣଓଡ଼ିଆ କମ୍ପାନୀ ଏବଂ ଠିକାଦାରଙ୍କ ହାତକୁ ଯାଉଛି । ଏପଟେ ରାଜ୍ୟର ଠିକାଦାର ମାନେ କମ ଟଙ୍କାରେ କାମ କରୁଥିଲେ ମଧ୍ୟ ରାଜ୍ୟ ବାହାରର ଠିକାଦାରଙ୍କୁ ଅଧିକ ଟଙ୍କାରେ କାମ ଦିଆଯାଉଥିବା କହିଛନ୍ତି ବରିଷ୍ଠ ଠିକାଦାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟପଟେ ରାଜ୍ୟରେ ସମସ୍ତ ବଡ଼ବଡ଼ ପ୍ରକଳ୍ପ ଅଣଓଡ଼ିଆ ଠିକାଦାରଙ୍କ କବଳରେ ଥିବାବେଳେ ଓଡ଼ିଆ ଠିକାଦାରଙ୍କୁ କେବଳ ଛୋଟଛୋଟ କାମ ମିଳୁଛି । ଅନେକ ପ୍ରକଳ୍ପ କାମରେ ଓଡ଼ିଆ ଠିକାଦାରମାନେ ଅଣଓଡ଼ିଆ ଠିକାଦାରଙ୍କ ପେଟି କଣ୍ଟ୍ରାକ୍ଟର ଭାବେ କାମ କରିବାକୁ ବାଧ୍ୟ ହେଉଛନ୍ତି । ବାହାର ରାଜ୍ୟର ଠିକାଦାରଙ୍କୁ କାମ ଦେଇ ଗତ ୮ ବର୍ଷରେ ଅଣଓଡ଼ିଆ ଠିକାଦାର ମାନଙ୍କ ଦ୍ୱାରା ହାରାହାରି ୩୦ ହଜାର କୋଟି ଟଙ୍କା ଲୁଟ୍ ହୋଇଛି । ଏହାସହ ପିସି କାରବାର ୨୫ ପ୍ରତିଶତ ଯାଏ ହୋଇଥିବା ଅଭିଯୋଗ ହୋଇଛି ।
ଅଣ ଓଡ଼ିଆ ଠିକାଦାରଙ୍କ ହାତରେ ରାଜ୍ୟର ଖଣି, ଜଳ ସମ୍ପଦ, ବିଦୁତ ଆବଣ୍ଟନ, ସରକାରୀ ଉନ୍ନୟନ ପ୍ରକଳ୍ପ, ଭିତ୍ତିଭୂମି ନିର୍ମାଣ କାମ । ଗୋଟିଏ ପଟେ ଓଡିଶାର ଠିକାଦାର କାମ ନପାଇ ହାତବାନ୍ଧି ବସୁଥିବାବେଳେ ଅଣ ଓଡ଼ିଆ ଠିକାଦାରଙ୍କ ସଂଖ୍ୟା ବୃଦ୍ଧି ଠିକାଦାରୀ କ୍ଷେତ୍ରରେ ସମସ୍ୟା ବଢ଼ାଉଛି । ସରକାର ରାଜ୍ୟ ସ୍ବାର୍ଥ ଓ ଓଡ଼ିଆ ଠିକାଦାରଙ୍କ ସ୍ବାର୍ଥ ପ୍ରତି ଗୁରୁତ୍ବ ଦେବାକୁ ଦାବି ତେଜୁଛି ।
ଅର୍ଗସ ବ୍ୟୁରୋ : କେରଳର ୱାୟନାଡ ଜିଲ୍ଲାରେ ମଣିଷ ଖିଆ ବାଘର ଆତଙ୍କ । ମଣିଷକୁ ମାରି ଖାଉଛି ତାର ମାଂସ । ସେପଟେ ମାଂସ ଖାଇଥିବା ବାଘକୁ ମାରି ଦେବାକୁ ନିର୍ଦ୍ଦେଶ । ରବିବାର କେରଳ ସରକାରଙ୍କ ବନ ବିଭାଗ ଏହି ନିର୍ଦ୍ଦେଶ ଦେଇଛି । ତେବେ ବାଘଟିକୁ ମାରିବା ପୂର୍ବରୁ ତାହା ମଣିଷ ମାରି ଖାଇଛି ବୋଲି ସ୍ପଷ୍ଟ କରିବାକୁ ହେବ ବୋଲି ନିର୍ଦ୍ଦେଶରେ ମଧ୍ୟ କୁହାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର
ବନ ବିଭାଗ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯଦି ବାଘଟିକୁ ଧରି ହେବ ନାହିଁ ବା ଟ୍ରାଙ୍କୁଲାଇଜ୍ କରାଯାଇପାରିବ ନାହିଁ ଓ ତାହା ମଣିଷ ମାଂସ ଖାଇଛି ବୋଲି ସାବ୍ୟସ୍ତ ହେବ, ତା’ହେଲେ ତାକୁ ମାରି ଦିଅ । କାରଣ ତାହା ଉକ୍ତ ଅଞ୍ଚଳର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ବାଘଟି କେଉଁ ସ୍ଥାନରେ ଅଛି, ତାହା ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ସେଥିପାଇଁ ବିଭିନ୍ନ ସ୍ଥାନରେ ୧୧ଟି କ୍ୟାମେରା ଲଗାଯାଇଛି ।
ଅର୍ଗସ ବ୍ୟୁରୋ : ପୋଲିସକୁ ଚ୍ୟାଲେଞ୍ଜ କରି ଲୁଟୁଛନ୍ତି ଚୋର । କିଶନନଗର ଥାନା ଅଞ୍ଚଳ ପାଲଟିଛି ଚୋରଙ୍କ ଚରା ଭୂଇଁ । କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳରୁ ଘନଘନ ଚୋରି । ଗତ କିଛି ଦିନତଳେ ଥାନା ସମ୍ନା ବଜାରରୁ ଚୋରମାନେ ଖୋଲା ଚାଲେଞ୍ଜଦେଇ ଦୋକାନରୁ ଚୋରି କରିଥିଲେ । ଏବେ କିନ୍ତୁ ଗୋଟିଏ ମାସ ହେଲାଣି ଚୋରଙ୍କ ପାଇଁ ଅଞ୍ଚଳବାସୀଙ୍କ ନିଦ ହଜି ଗଲାଣି । ହେଲେ ପୋଲିସ ସେମାନଙ୍କୁ ଧରିବାରେ ବିଫଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗତକାଲି ବିଳମ୍ବିତ ରାତ୍ରିରେ କିଶନନଗର ଥାନା ତରଡପଡା ଗ୍ରାମରୁ ଗୋଟିଏ ରାତରେ ୭ଟି ଘରୁ ସୁନା, ରୁପା, ଲକ୍ଷ୍ୟାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିବା ନେଇ ପୋଲିସକୁ ଗ୍ରାମ ବାସୀମାନେ ଅଭିଯୋଗ କରିବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କାହାରିକୁ ଧରିବାରେ ସଫଳ ହୋଇନାହିଁ ।
ବାରମ୍ବାର ଚୋରି ହେଉଥିବା ବେଳେ ପୋଲିସର କର୍ଯ୍ୟଶୈଳୀକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ପୋଲିସ ପାଟ୍ରୋଲିଂ ରାତି ସମୟରେ ଠିକଠାକ ହେଉନଥିବା ବେଳେ ଚୋରମାନେ ଏହାର ଫାଇଦା ନେଉଛନ୍ତି । ସାଧାରଣ ଲୋକେ ଭୟ ଓ ଆଶଙ୍କାରେ ଜୀବନ କାଟୁଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ସହ ଲୋକଙ୍କୁ ପୋଲିସ ସୁରକ୍ଷା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।