
ଅର୍ଗସ ବ୍ୟୁରୋ : ମାସକ ପରେ ପୁଣି ଅଟେଇ ସଂରକ୍ଷିତ ଜଂଗଲରେ ସ୍ଥିତି ଜାହିର କରିଛି ମହାବଳ ବାଘ। ଏକା ଥରକେ ୪ଟି ମଇଁଷି କୁ ମାରିବା ପରେ ଗୋଟିଏ ମଇଁସିକୁ ପୁରା ଖାଇଦେଇଛି ବାଘ। କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲ ବାଇଗଣପାଳ ବିଟ ବଡଜାମୁପଶି ଜଙ୍ଗଲ ରେ ମହାବଳ ବାଘ ଥିବା ସୂଚନା ମିଳିଛି। ନିକଟ ଗ୍ରାମର ଜଣେ ବ୍ୟକ୍ତି ମଇଁସି ଚରାଇବାକୁ ଜଙ୍ଗଲକୁ ଯାଇଥିଲେ। ମହାବଳ ବାଘ ମଇଁସି ଦଳକୁ ଆକ୍ରମଣ କରିଥିଲା।ଫଳରେ ୪ଟି ମଇଁସି ପ୍ରାଣ ହରାଇଥିବା ବେଳେ ୩ଟି ମଇଁସି ଆହତ ଅବସ୍ଥାରେ ଫେରି ଥିଲେ। ୪ଟି ମୃତ୍ୟୁ ବରଣ କରିଥିବା ମଇଁସୀଙ୍କ ମଧ୍ୟରୁ ଗୋଟିଏ ମଇଁସିକୁ ମହାବଳ ପୁର ଖାଇଦେଇଛି। ଏକାଥରକେ ଏକାଧିକ ମଇଁସି କୁ ଆକ୍ରମଣ କରାଯାଇଥିବାରୁ ଅଧିକ ସଂଖ୍ୟାରେ ବାଘ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଖବର ପାଇ ଆଜି କେନ୍ଦୁଝର ଡିଏଫଓ ଏଚଡି ଧନରାଜ, ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ବନ କର୍ମଚାରୀ ମାନଙ୍କ ସହିତ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ତଦନ୍ତ ରେ ଏହା ବାଘ ଆକ୍ରମଣରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଥିବା ବନ ବିଭାଗ ସୂଚନା ଦେଇଛି।
