ଅର୍ଗସ ବ୍ୟୁରୋ: ଆଇନିକୁ ହାତକୁ ନେଲେ କ'ଣ ହୁଏ ଏଥିରୁ ଜାଣିପାରୁଥିବେ :ହିମାଂଶୁ । ଲଲଙ୍କ ନାଁରେ ଥାନାରେ ରୁଜୁ ହୋଇଛି 4ଟି ମାମଲା । ନଭେମ୍ବର ୨୦ରେ ହୋଇଥିବା ଆକ୍ରମଣ ପାଇଁ ପୁଣି ସିଧାସଳଖ ବବି ଦାସଙ୍କୁ ଦାୟୀ କରିଥିଲେ ବିଧାୟକ ହିମାଂଶୁ ସାହୁ । ଆକ୍ରମଣ ବୃତ୍ତାନ୍ତ ଦୋହରାଇ କହିଥିଲେ ଆକ୍ରମଣ ବେଳେ ବିଜେଡି ଯୁବ ସଭାପତି ଓ କିଛି ଲୋକ ମୋତେ ମାରିବାକୁ ଧମକ ଦେଇଥିଲେ । ବବି ଦାସ ପଠାଇଛନ୍ତି ବିଜେପିର କାହାକୁ ଯାଜପୁରରେ ପୂରାଇ ଦେବୁନି ବୋଲି କହିଲେ । ବିଜେଡିର ଗୁଣ୍ଡାରାଜରେ ଯାଜପୁରବାସୀ ଭୟଭୀତ । ତେଣୁ ଘଟଣାରେ ଯେଉଁମାନେ ସଂପୃକ୍ତ ସମସ୍ତେ ନିଶ୍ଚିତ ଗିରଫ ହେବେ, ଆଇନ ତା ବାଟରେ ଯିବ ବୋଲି କହିଥିଲେ ହିମାଂଶୁ ।