ନୂଆ ମୃତ୍ୟୁ ମାମଲା ସହିତ ବଲାଙ୍ଗିର ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭ରେ ପହଞ୍ଚିଛି। ସେହିପରି ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ଯଥାକ୍ରମେ ୨୭, ୩୫ ଓ ୮୦ରେ ପହଞ୍ଚିଛି। ଏଯାବତ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୪୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ ୨୫୧, ସୁନ୍ଦରଗଡ଼ରେ ୧୭୪, କଟକରେ ୧୪୨ ଓ ପୁରୀ ଜିଲ୍ଲାରେ ୧୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।