ଶାସ୍ତ୍ରୀ ନଗରରେ ରହୁଥିବା ଦୁଇ ପରିବାର ମଧ୍ୟରେ ରହିଥିବା ପୁର୍ବ ଶତ୍ରୁତା କାରଣରୁ ଗୋଟିଏ ପରିବାର ପକ୍ଷରୁ ୭ ରୁ ୮ ଜଣ ଅସାମାଜିକ ଯୁବକ ରାଜେନ୍ଦ୍ର ସାଓଙ୍କ ଘରେ ଅପରାହ୍ନରେ ପଶି ରାଜେଶଙ୍କ ଠାରୁ ଟଙ୍କା ଛଡ଼ାଇବା ସମୟରେ ଘର ଭିତରୁ ତାଙ୍କର ବୋହୂ ମୁନିଦେବୀ ଦୌଡ଼ି ଆସିବାରୁ ଅସାମାଜିକ ଯୁବକ ତାଙ୍କୁ ପ୍ରଥମେ ଛୁରାମାଡ କରିଥିଲେ ।
ଏହାଦେଖି ଘର ଭିତରୁ ମୁନିଦେବୀଙ୍କ ସ୍ୱାମୀ,ଶାଶୁ ଓ ମାମୁ ଆସିବାରୁ ସମସ୍ତଙ୍କୁ ଛୁରାମାଡ କରି ଯୁବକମାନେ ଫେରାର ହୋଇଯାଇଥିଲେ ।ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଖବରପାଇ ଘଟଣାସ୍ଥଳରେ ଓରିଏଣ୍ଟ ଥାନା ଓ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।