ଜେଲ୍ରେ ବାଇବେଲ.
ବ୍ରହ୍ମପୁର: ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକରେ ନାବାଳିକାଙ୍କୁ ଆନ୍ଧ୍ର ଚାଲାଣ ବେଳେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି । ତେବେ ଭଦ୍ରକ ଅଞ୍ଚଳର ଜଣେ ବ୍ୟକ୍ତି ନିଜ ଅଞ୍ଚଳର ନାବାଳିକାମାନଙ୍କୁ ବସରେ ଦେଖିବା ପରେ ପଚରାଉଚରା କରିଥିଲେ ଏବଂ କାମ ଆଳରେ ମହିଳା ଜଣକ ତାଙ୍କୁ ଆନ୍ଧ୍ର ନେଉଥିବା ଜଣାପଡିଥିଲା । ତେବେ ମହିଳା ଜଣକ ସେମାନଙ୍କୁ ରଣ୍ଡାରେ ଛାଡି ଚାଲିଯିବା ପରେ ଗାଁ ଲୋକେ ନାବାଳିକାଙ୍କୁ ଉଦ୍ଧାର କରିଛନ୍ତି।
ପ୍ରାୟ 4ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସେହିପରି ମହିଳାଙ୍କୁ ଅଟକ ରଖି ପୋଲିସରେ ଜିମା ଦେଇଛନ୍ତି ଗ୍ରାମବାସୀ ।