ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ବାବୁ ଡ଼ାଳୁଆଙ୍କ ନାମରେ ଏକ ପ୍ଲଟ୍ ଉପରେ ଦୁଇ ମହଲା ଘର ରହିଥିବାବେଳେ ପତ୍ନୀଙ୍କ ନାମରେ ଖୋର୍ଦ୍ଧା ଓ ଯାଜପୁରରେ ୫ ଟି ପ୍ଲଟ୍ ଅଛି । ସେହିଭଳି ଭାବରେ ନିଜ ଶାଶୁଙ୍କ ନାମରେ ଢ଼େଙ୍କାନାଳ ବନମାଳିପ୍ରସାଦ ଅଞ୍ଚଳରେ ବେନାମୀ ସମ୍ପତି ଠାବ ହୋଇଥିବା ସହ କେନ୍ଦୁଝର ଅଞ୍ଚଳରେ ତାଙ୍କ ଶାଳକଙ୍କ ନାମରେ ମଧ୍ୟ ବେନାମୀ ସମ୍ପତ୍ତି ଥିବାର ଜାଣିବାକୁ ପାଇଛି ଭିଜିଲାନ୍ସ ।
ସମ୍ପତ୍ତିର ମୂଲ୍ୟ ୨ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡ଼ିଛି । ଗତ ୩୦ ତାରିଖରେ ବାବୁ ଅଭିନବ ଜଣେ କୋଇଲା ଟ୍ରାନ୍ସପୋର୍ଟରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ କଟକ ଭିଜିଲାନ୍ସ ସେଲ୍ ମାଡ଼ି ବସିଥିଲା । ଆଗମୀ ୧୪ ତାରିଖ ପର୍ଯ୍ୟନ୍ତ ତାଙ୍କୁ ବିଚାର ବିଭାଗୀୟ କୋର୍ଟକୁ ପଠାଇ ଦିଆଯାଇଛି । ରିମାଣ୍ଡ ଅବଧି ସରିବା ପରେ ଭିଜିଲାନ୍ସ ତାଙ୍କୁ କୋର୍ଟରେ ହାଜର କରାଇଛି ।