ରାଜସ୍ଥାନରେ ଏକ ଚାର୍ଟଡ ବିମାନ କ୍ରାସ୍ ହୋଇଛି
ସମୁଦ୍ରରେ ଭାସିଯାଉଥିଲେ ୪ ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ: ପୁରୀ ବେଳାଭୂମିର ୧୧ ନମ୍ବର ସେକ୍ଟରରେ ଗାଧୋଉଥିବାବେଳେ ବୁଡିଯାଉଥିବା ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ପର୍ଯ୍ୟଟକ ପଶ୍ଚିମବଙ୍ଗ ହାୱଡା ଓ ସାନ୍ଥ୍ରାକାଛି ଅଞ୍ଚଳର ଗୋବିନ୍ଦ ଧର, ତନଶ୍ରୀ ଧର, ବାବୁଲା ମାଲାକର ଓ ଜୁମା ମାଲାକର। ପୁରୀ ବୁଲିବାକୁ ଆସି ଆଜି ସକାଳେ ସେମାନେ ବେଳାଭୂମିରେ ଗାଧୋଉଥିବା ବେଳେ ଲହଡି ମାଡରେ ଭାସି ଯାଉଥିଲେ ।
ସେଠାରେ ମୁତୟନ ଥିବା ଲାଇଫଗାର୍ଡ ମାନେ ଅକ୍ଳାନ୍ତ ପରିଶ୍ରମ କରି ଉଦ୍ଧାର କରିବା ପରେ ପ୍ରାଥମିକ ଚିକିତ୍ସା କରାଯାଇନ୍ତି । ଟ୍ୟୁବ୍ ସାହାଯ୍ୟରେ ଲାଇଫ ଗାର୍ଡ ୪ ଜଣଙ୍କୁ ଉଦ୍ଧାର କରିଥିଲେ। ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି।
Download Argus News App
