ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଛି ତାହାର କାରଣ ଜଣାପଡିନାହିଁ। ଖବର ପାଇ ବାରିପଦା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ତଦନ୍ତ ଜାରୀ ରହିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ବାରିପଦା ସହରର ହେଡ ପୋଷ୍ଟ ଅଫିସ ପାଖ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ମଧ୍ୟରାତ୍ରୀ ପ୍ରାୟ ୧.୩୦ ସମୟରେ ଭାୟଭୟ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ରେ ୪ ଗୋଟି ଦୋକାନ ଯଥା ୨ ଗୋଟି ବ୍ୟାଗ୍ ଦୋକାନ, ଗୋଟିଏ ଡ୍ରେସ୍ ଏବଂ ଗୋଟିଏ ହୋଟେଲ ସଂପୂର୍ଣ୍ଣ ଭସ୍ମୀଭୂତ।
ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଛି ତାହାର କାରଣ ଜଣାପଡିନାହିଁ। ଖବର ପାଇ ବାରିପଦା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଥିବା ବେଳେ ତଦନ୍ତ ଜାରୀ ରହିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଆସନ୍ତା ବର୍ଷରୁ ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଯାଉଛନ୍ତି ଆସାମ ସରକାର। ଦଶମ ପରୀକ୍ଷା କେବଳ ସ୍କୁଲ ସ୍ତରରେ ଆୟୋଜିତ ହେବ। ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ମୁତାବକ ଏହି ବ୍ୟବସ୍ଥା ଲାଗୁ କରାଯିବ। ଆସାମ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନେଇ ଘୋଷଣା କରିଛନ୍ତି । ଏହାସହ ଖୁବଶୀଘ୍ର ଆସାମ ଶିକ୍ଷାବୋର୍ଡ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ : ଆସାମ ଗୌହାଟିରେ ଭୂମିକମ୍ପ ଝଟ୍କା
10ମ ପରୀକ୍ଷା ଆସାମ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ବାରା ଆୟୋଜିତ କରାଯାଇଥାଏ. ସେହିଭଳି ଯୁକ୍ତ ୨ ପରୀକ୍ଷା ଆସାମ ଉଚ୍ଚତର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା କରାଯାଇଥାଏ.
ନୂଆଦିଲ୍ଲୀ: ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଗତକାଲି କହିଛି, ଗୁଜରାଟର ଦକ୍ଷିଣ ପୋରବନ୍ଦରରେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଲଘୁଚାପ ଅଞ୍ଚଳ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ଏକ ସାଇକ୍ଲୋନିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହି ଝଡକୁ ‘ବିପର୍ଯ୍ୟୟ’ ଭାବେ ନାମିତ କରାଯାଇଛି। ଏହି ନାମ ବାଂଲାଦେଶ ଦେଇଛି।
ପାଣିପାଗ ବିଭାଗ କହିଛି ପୂର୍ବାହ୍ନ ସାଢ଼େ ୮ରେ ଲଘୁଚାପ ଅଞ୍ଚଳ ଦକ୍ଷିଣ-ପଶ୍ଚିମ ଗୋଆ ଠାରୁ ୯୫୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପଶ୍ଚିମ ମୁମ୍ବାଇ ଠାରୁ ୧୧୦୦ କିଲୋମିଟର, ଦକ୍ଷିଣ ପୋରବନ୍ଦର ଠାରୁ ୧,୧୯୦ କିଲୋମିଟର ଏବଂ ପାକିସ୍ଥାନର ଦକ୍ଷିଣ କରାଚି ଠାରୁ ୧୪୯୦ କିଲୋମିଟର ଦୂରରେ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଡିପ୍ରେଶନ ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଧିକ ରହିଛି। ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ଏହା ଏକ ଝଡ଼ର ରୂପ ଧାରଣ କରିବାର ସମ୍ଭାବନା ଅଛି । ଆସନ୍ତାକାଲି ସକାଳ ସୁଦ୍ଧା ଝଡ଼ରେ ପରିଣତ ହୋଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ଭୟଙ୍କର ରୂପ ନେଇପାରେ। ଏହାର ସିଧାସଳଖ ପ୍ରଭାବ କେରଳ-କର୍ନାଟକ ଏବଂ ଲାକ୍ଷାଦ୍ୱୀପ-ମାଲଦ୍ୱୀପ ଉପକୂଳରେ ଦେଖାଯିବ। ଏହା ସହିତ ଜୁନ ୮ରୁ ୧୦ ପର୍ଯ୍ୟନ୍ତ କୋଙ୍କଣ-ଗୋଆ-ମହାରାଷ୍ଟ୍ର ଉପକୂଳରେ ସମୁଦ୍ରରେ ବହୁତ ଉଚ୍ଚ ଜୁଆର ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ ଏହି ବିପଦକୁ ଦୃଷ୍ଟିରେ ରଖି ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ପଢନ୍ତୁ ଭାରତ ଖବର
ପୁରୀ: ଆଉ କିଛି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି ରଥକାମ। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ କନା ଲାଗିବା ପାଇଁ ଗତକାଲି ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ଦର୍ଜୀ ସେବକମାନେ ନଡ଼ିଆ ବାଡ଼େଇ ଅନୁକୂଳ କରି ରଥକନା କାମ ଆରମ୍ଭ କରିଛନ୍ତି। ସିଲେଇ ମେସିନ୍ ସାହାଯ୍ୟରେ ନୂଆ କପଡ଼ା କାଟି ଅନୁକୂଳ କାମ ଆରମ୍ଭ କରିଛନ୍ତି। ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର ଓ ଅନ୍ୟମାନେ ଅନୁକୂଳ କାର୍ଯ୍ୟ ପରେ କାମ ଆରମ୍ଭ କରିଛନ୍ତି।
ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥରେ ନାଲି ଓ ସବୁଜ ରଙ୍ଗର କପଡ଼ା ଲାଗୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ନାଲି ଓ ହଳଦିଆ ଏବଂ ମା’ ସୁଭଦ୍ରାଙ୍କ ରଥରେ ନାଲି ଓ କଳା ରଙ୍ଗର କପଡ଼ା ଲାଗିଥାଏ। କପଡ଼ା କାମ ଶେଷ ପରେ ତିନି ରଥ ପାଇଁ କନକମୁଣ୍ଡି ଚାନ୍ଦୁଆ, ଉଡ଼ା ଚାନ୍ଦୁଆ କାମ ଆରମ୍ଭ ହେବ। ବିଜେ ଚକା ପାଇଁ ବନାରସୀ ଜରି କନା ଖୋଳ, ଠାକୁରଙ୍କ ପିଠି ଓ ମସ୍ତକ ପଛପାର୍ଶ୍ବ ପାଇଁ ଅପସର ତକିଆ ତିଆରି ହେବ। ତେବେ ତିନିରଥ ପାଇଁ ପ୍ରାୟ 1250ମିଟର କନାର ଆବଶ୍ୟକ ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହିକନା ସବୁକୁ ଯୋଗାଇ ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର