ପ୍ରେମ ପରେ ସମ୍ପର୍କ ରଖି ଧୋକା ଦେଲା ଅଟୋ ଡ୍ରାଇଭର !
ରାଜ୍ୟରେ ତ୍ୱରାନ୍ୱିତ ହେବ କୋଭିଡ୍ -୧୯ ଟେଷ୍ଟ, ପହଞ୍ଚିଲା 4 ହଜାର ଟେଷ୍ଟ କିଟ୍
ଭୁବନେଶ୍ବର: ସ୍ୱତନ୍ତ୍ର କାରଗୋ ବିମାନ ଯୋଗେ ଭୁବନେଶ୍ବର ବୀମାନବନ୍ଦରରେ ପହଞ୍ଚିଲା କୋଭିଡ୍ -୧୯ ଟେଷ୍ଟ କିଟ୍। ଏହା ମହାରାଷ୍ଟ୍ର ରାଜ୍ୟର ପୁଣେ ସ୍ଥିତ ମାଇ ଲାବୋରେଟୋରୀରୁ ଆସିଛି। ଗତକାଲି ରାତିରେ ଏହା ପହଞ୍ଚିଛି। ଏହା ଦ୍ୱାରା ଚାରି ହଜାର କୋଭିଡ୍ -୧୯ ଟେଷ୍ଟ ହୋଇପାରିବ। ଏହା ସହ ଆରଏନଏ ଏକ୍ସଟ୍ରାକ୍ସନ କିଟ୍, ପର୍ସନାଲ ପ୍ରୋଟେକ୍ଟିଭ ଇକୁପମେଣ୍ଟସ୍ ପିପିଇ ଓ ଭିଟିଏମ୍ ଭଳି ଅନେକ ସାମଗ୍ରୀ ଆସି ପହଞ୍ଚିଛି। ଓଡ଼ିଶା ରାଜ୍ୟ ଔଷଧ ନିଗମର ଉଦ୍ୟମରୁ ଏହି ସମସ୍ତ କିଟ୍ ଆସି ଠିକ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିପାରିଛି ବୋଲି ସୂଚନା ମିଳିଛି।
କହି ରଖୁଛୁ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ 2 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Download Argus News App
